Below header

ଜନତାଙ୍କ ଆକ୍ରୋଶ ଆଗରେ ନଇଁଲା ଏହି ଦେଶ, ଏବେ ବଳାତ୍କାରୀଙ୍କୁ ଦିଆଯିବ ଫାଶୀ ଦଣ୍ଡ

ଏବେ ବଳତ୍କାରୀଙ୍କୁ ଆଉ ରକ୍ଷା ନାହିଁ। ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ। ଏଭଳି ଐତିହାସିକ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ନିକଟରେ ବାଂଲାଦେଶରେ ଯୌନ ଶୋଷଣର ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ତାତିଛନ୍ତି ଲୋକେ। ଲୋକେ ଏହାକୁ ବିରୋଧ କରିବା ସହ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶରେ ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି ହେବା ପରେ ମନ୍ତ୍ରିମଣ୍ଡଳ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବାଂଲାଦେଶରେ ଯଦି କେହି ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ସର୍ବୋଚ୍ଚ ଦଣ୍ଡ ଫାଶୀ ଦିଆଯିବ।

rape2

ମନ୍ତ୍ରିମଣ୍ଡଳୀୟ ପ୍ରବକ୍ତା ଖାଣ୍ଡକର ଅନବାରୁଲ ଇସ୍‌ଲାମ୍‌ କହିଛନ୍ତି ରାଷ୍ଟ୍ରପତି ଅବଦୁଲ ହମିଦ ମହିଳା ଏବଂ ବାଳ ଉତ୍ପୀଡ଼ନ ଅଧିନିୟମରେ ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶ ଜାରି କରିପାରନ୍ତି। କାରଣ ଏବେ ସଂସଦ ଚାଲୁନାହିଁ। ସେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ବଳାତ୍କାର ମାମଲାର ଶୁଣାଣି ପାଇଁ ରାଜି ଥିଲା। ଏବେ ବଳାତ୍କାର ପାଇଁ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲଦଣ୍ଡାଦେଶ ରହିଛି। କିନ୍ତୁ ଯେଉଁ ମାମଲାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଉଛି ସେଠାରେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଅନୁମତି ଦିଆଯାଉଛି। ଏନେଇ ଆଇନ୍‌ ମନ୍ତ୍ରୀ ଅନୀସୁଲ ହକ କହିଛନ୍ତି ରାଷ୍ଟ୍ରପତି ମଙ୍ଗଳବାର ଅଧ୍ୟାଦେଶ ଜାରି କରିପାରନ୍ତି।

ସୂଚନାଯୋଗ୍ୟ ଯେ ଦେଶରେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ବଳାତ୍କାରର ୮୮୯ଟି ଘଟଣା ସାମ୍ନାକୁ ଆସିଛି। ସେଥିରୁ ୪୧ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଏଣୁ ଲୋକମାନେ ପ୍ରବଳ ରାଗିଯାଇ ଏହାର ସମାଧାନ ପାଇଁ କଡ଼ା ଦଣ୍ଡ ପ୍ରଣୟନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.