Below header

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କରୋନା

ଓବାମାଙ୍କୁ କରୋନା । ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କରୋନା। ଏନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି ଓବାମା। କିଛି ଦିନ ହେବ ତାଙ୍କ ଗଳାରେ ସମସ୍ୟା ଦେଖାଦେଇଥିଲା। ମାତ୍ର ସେ ସୁସ୍ଥ ଥିବା କହିଛନ୍ତି। ଓବାମାଙ୍କ ପତ୍ନୀ ମିସେଲ କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଭ୍ୟାକ୍ସିନ ଓ ବୁଷ୍ଟର ଡୋଜ ନେଇଥିବାରୁ ସେ ଅଧିକ ଅସୁସ୍ଥ ହୋଇନାହାନ୍ତି। ତେଣୁ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ଅନୁରୋଧ କରିଛନ୍ତି ଓବାମା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବାମାଙ୍କ ସୁସ୍ଥତା କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.