ନାବାଳିକାକୁ ଅପହରଣ ! ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କୁ ପୋଲିସ୍ ମାଗିଲା ୫ ହଜାର ଟଙ୍କା

ଆନନ୍ଦପୁର(କେନ୍ଯୁଜ୍): ନାବାଳିକାକୁ ଅପହରଣ ଅଭିଯୋଗ । ଝିଅକୁ ଫେରାଇ ଆଣିବାକୁ ପୋଲିସ ମାଗିଲା ୫ ହଜାର ଟଙ୍କା। ଏମିତିକି ପୋଲିସ ବାବୁ ୨ କେଜି ମାଛ ନେଇଥିବା ମଧ୍ୟ ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଘଟଣା । ଜଣେ ନାବାଳିକାକୁ ଅପହରଣ ହୋଇଥିବା ନେଇ ଗତ ୫ ତାରିଖରେ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଥାନାର ଏଏସ୍‌ଆଇ ନାବାଳିକାଙ୍କ ପରିବାର ଲୋକଙ୍କୁ ୫ ହଜାର ଟଙ୍କା ଦେଲେ ୨ଦିନ ମଧ୍ୟରେ ପୁଅଝିଅଙ୍କୁ ଫେରାଇ ଆଣିବା ପାଇଁ କହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଲିଖିତ ଅଭିଯୋଗ ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଯୁବକକୁ ଗିରଫ କରାଯିବ। ମାଛ ଟଙ୍କା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.