ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର କୋଠରୀରୁ ମିଳିଲା ପିସ୍ତଲ, କାର୍ଯ୍ୟରତ ସହକାରୀ ଶିକ୍ଷକଙ୍କ ନାଁରେ ସଙ୍ଗୀନ୍ ଅଭିଯୋଗ

ସମ୍ବଲପୁର(କେନ୍ଯୁଜ୍): ଶ୍ରେଣୀ ଗୃହରେ ପିସ୍ତଲ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଉଷାକୋଠୀ ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ମଧ୍ୟରୁ ପିସ୍ତଲ ମିଳିଛି। ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ ଗୃହକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଗୋଟିଏ କୋଠରୀରେ ରୋଷେଇ କରୁଥିବା ବେଳେ ଅନ୍ୟ କୋଠରୀରେ ଶୋଉଥିଲେ।

ହେଲେ ଗତ ୪ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି। ସେ ବଦଳି ହୋଇଥିବା ସ୍କୁଲରେ ଯୋଗ ଦେଇସାରିଛନ୍ତି। ତାଙ୍କ ଜିନିଷପତ୍ର ନେଇ ଶ୍ରେଣୀ କୋଠରୀ ଖାଲି କରାନାହାନ୍ତି। ସିଆର୍‌ସିସି ଗୋଟିଏ ଶ୍ରେଣୀ କୋଠରୀକୁ ଖାଲି କରି ପିଲାଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ଶନିବାର ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ବାଘ ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ଝାଙ୍କରଙ୍କ ଜରିଆରେ କୋଠରୀକୁ ସଫା କରିଥିଲେ। ସଫା କରିବା ସମୟରେ କୋଠରୀରେ ଥିବା ଥାକର ଉପର ଭାଗରେ କିଛି ଖବରକାଗଜ ଭିତରେ ଏକ ପିସ୍ତଲ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ନେଇ ପ୍ରଧାନଶିକ୍ଷକଙ୍କୁ ଖବର ଦିଆଯାଇଥିଲା। ପ୍ରଧାନଶିକ୍ଷକ ସିଆର୍‌ସିସିଙ୍କୁ ଅବଗତ କରାଇଥିଲେ। ପୋଲିସକୁ ଘଟଣା ସଂପର୍କରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.