Below header

ଶିକାର କରିବାକୁ ବାଘ ଆଗେଇଲା ବେଳକୁ ଭାଲୁ ଉଠି କଲା ଏଭଳି କାମ, ଦେଖନ୍ତୁ ଲଢ଼େଇ ବେଳର ଲାଇଭ୍‌ ସିନ୍‌

ସୋସିଆଲ ମିଡିଆରେ ବାଘଙ୍କ ଲଢ଼େଇ କିମ୍ବା ମସ୍ତି କରୁଥିବା ବେଳର ଭିଡିଓକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଣୁ ପ୍ରାୟ ସମୟରେ ଏହି ହିଂସ୍ର ଜୀବର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ବାଘର ଏକ ଏମିତି ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଇଣ୍ଟରନେଟ୍‌ରେ ଏକ ବାଘ ଓ ଭାଲୁଙ୍କ ମଧ୍ୟରେ ଲଢ଼େଇ ହେଉଥିବା ଭିଡିଓ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ରାଜ୍ୟସଭା ସାଂସଦ ପରିମଳ ନାଥଓ୍ଵାନୀ ସେୟାର କରିଛନ୍ତି।

ଭିଡିଓଟି ରାଜସ୍ଥାନର ରନ୍ଥମବୋର ଜାତୀୟ ଉଦ୍ୟାନର ବୋଲି ଜଣାପଡ଼ିଛି। ଏହି ୧ ମିନିଟ୍‌ ୨୧ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଏକ ବାଘ ଆସି ଭାଲୁ ସହ ଝଗଡ଼ା କରିବାକୁ ଚେଷ୍ଟା କରୁଛି। କିଛି ସମୟ ପରେ ବିରକ୍ତ ହୋଇ ଭାଲୁ ଠିଆ ହୋଇଯିବା ପରେ ବାଘ ଡରିଯାଇ ଦୂରକୁ ଚାଲିଯାଉଛି। ପରେ ଭାଲୁ ବାଘର ପିଛା କରୁଥିବା ଦେଖାଯାଇଛି।


ବାଘ ବି ଭାବି ନଥିଲା ଭାଲୁ ନିଜକୁ ବଞ୍ଚାଇବା ପରିବର୍ତ୍ତେ ଏଭଳି ଆକ୍ରମଣ କରିବାକୁ ଆଗେଇ ଆସିବ। ଭାଲୁ ପିଛା କରିବା ଦେଖି ବାଘ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଊର୍ଦ୍ଧ୍ୱ ଥର ଦେଖିବାକୁ ମିଳିଛି। ଏଥିସହ ଭିଡିଓରେ ୯୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୩୦୦ରୁ ଊର୍ଦ୍ଧ୍ୱ କମେଣ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.