ଅଶାନ୍ତ ଘାଟି: ଦୁଇ ଦିନ ଧରି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ଆତଙ୍କବାଦୀ ନିହତ

ଅଶାନ୍ତ ଘାଟି । ଦୁଇ ଦିନ ଧରି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅବନ୍ତୀପୁରାରେ ସୁରକ୍ଷାକମୀଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କୀ ମାନେ ପାକିସ୍ତାନ ସମର୍ଥୀତ ଜୈସ-ଇ-ମହମ୍ମଦର ବୋଲି ଜଣାପଡିଛି । ତେବେ ଆତଙ୍କବାଦୀଙ୍କ ଗୁଳିମାଡରେ ଦୁଇ ଯବାନ ସହିଦ ହୋଇଛନ୍ତି । ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବାର ଖବର ପାଇବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାଦ ସହିଦ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଏବେ ବି ଗୁୁଳିବିନିମୟ ଜାରି ରହିଛି । ଗତକାଲି ସୋଫିଆନ ଜିଲ୍ଲାର ୱ୍ଵାଚ୍ଛା ଅଂଚଳରେ ୩ ହିଜ୍‌ବୁଲ ଆତଙ୍କବାଦୀ ନିହତ ହୋଇଥିଲେ । କାଶ୍ମୀରରେ ବରଫପାତ ସୁଯୋଗ ନେଇ ଆତଙ୍କବାଦୀ ମାନେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିଲେ ବି ସେନା ସେମାନଙ୍କୁ ମୁଁତାଡ ଜବାବ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.