ଦାଦନ ଖଟିବାକୁ ଯାଇ ପୁଅର ମୃତ୍ୟୁ, ହତ୍ୟା କରାଯାଇଥିବା ନେଇ ବାପା ଥାନାରେ ଅଭିଯୋଗ କରିବାରୁ ପୋଲିସ ଚିରିଦେଲା ଏତଲା

ପୁରୀ: ଦାଦନ ଖଟିବାକୁ ଯାଇ ମୃତ୍ୟୁ। ମୃତ ଯୁବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଗୁଆ ଗାଁର ହରିଶଙ୍କର ଜେନା। ବର୍ଷକ ତଳେ ହରିଶଙ୍କର ଦାଦନ ଖଟିବାକୁ ସୁରତ ଯାଇଥିଲେ। ସେଠାରେ ଥିବା ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ। ହେଲେ ଗତ ୧୭ତାରିଖରେ କମ୍ପାନୀ ଭିତରୁ ହରିଶଙ୍କରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଅର ମୃତ୍ୟୁ ଖବର ଶୁଣି ବାପା ଗୟାଧର ଅହମ୍ମଦାବାଦ ଯାଇଥିଲେ। ତେବେ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ପୋଲିସ ଏତଲା ଚିରି ଦେବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି। ଏପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରଲୋକ। ରାଜ୍ୟ ଶ୍ରମ ବିଭାଗ ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.