ଟଙ୍କା ପାଇଁ ନିଜ ମୃତ୍ୟୁର ନାଟକ ରଚିଲେ ଯୁବକ, ଭିକାରୀକୁ ଜଳାଇ ମାରିବା ପରେ ଲେଖାଇଲେ ନିଜ ଅପହରଣ ରିପୋର୍ଟ

ପଞ୍ଜାବର ଅମୃତସରଠାରେ ଏକ ଜଘନ୍ୟକାଣ୍ଡ ଘଟିଥିବା ଜଣାଯାଇଛି। ଏଠାରେ ଜଣେ ବ୍ୟକ୍ତି ବୀମା ଅର୍ଥ ପାଇବା ପାଇଁ ଏକ ଭିକାରୀକୁ ଜୀଅନ୍ତା ଜଳାଇ ହତ୍ୟା କରିଛି। କେବଳ ହତ୍ୟା କରିନି, ସେହି ମୃତ ବ୍ୟକ୍ତିକୁ ନିଜ ପରିଚୟ ଦେଇ ବୀମା ଟଙ୍କା ପାଇଁ ପରିବାର ଲୋକଙ୍କୁ ଆବେଦନ କରିବାକୁ କହିଛି।

ରିପୋର୍ଟ ମୁତାବକ ଗୁରୁ ସିଟି ଚୌହାଲ ରୋଡ୍‌, ଅମୃତସରର ୨୭ ବର୍ଷୀୟ ବ୍ୟବସାୟୀ ଅନୁପ ସିଂହ କିଛିଦିନ ହେବ ଧାର କରଜରେ ବୁଡି ରହିଥିଲେ। ଆସନ୍ତାମାସରେ ତାଙ୍କ ଭଉଣୀର ବିବାହ ଥିବାରୁ ସେ ଟଙ୍କା ପାଇଁ ନିଜ ମୃତ୍ୟୁର ନାଟକ ରଚିଥିଲା। ଏଥିପାଇଁ ସେ ଏକ ଭିକାରୀ ସହ ବନ୍ଧୁତା କରିଥିଲା। ଭିକାରୀକୁ ଅମୃତସର ନେବା ବାହାନାରେ ତାକୁ ଅନୁପ ଜୀଅନ୍ତା ଜାଳିଦେଇଥିଲା ଓ ତା ନିକଟରେ ନିଜର ବ୍ୟବହୃତ ସାମଗ୍ରୀ ସହ ପରିଚୟ ପତ୍ର ଛାଡ଼ି ଆସଥିଲା। ଯେଭଳି ମର ଶରୀରକୁ ସମସ୍ତେ ଅନୁପ ବୋଲି ଭାବିବେ।

ଦଗ୍ଧ ମୃତଦେହ ସମ୍ପର୍କରେ ଖବର ପାଇ ପୋଲିସ ଯାଞ୍ଚ କରି ଶବକୁ ଅନୁପର ବୋଲି କହିଥିଲା। ପରେ ପରିବାର ଲୋକେ ଅନୁପ ନାଁରେ ଥିବା ବୀମା ଅର୍ଥ ପାଇଁ ଆବେଦନ କରିଥିଲେ। କିନ୍ତୁ ଘଟଣାକୁ ନେଇ ପୋଲିସର ସନ୍ଦେହ ହେବାରୁ ସେ ପୁନର୍ବାର ଯାଞ୍ଚ କରିବା ବେଳେ ମୃତଦେହ ଅନୁପ ନୁହେଁ ବୋଲି ଜାଣିବାକୁ ପାଇଥିଲା।

ଏହାସହ ପଢ଼ନ୍ତୁ: ୧୦ ମାସର ଝିଅକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା, ରେକର୍ଡ କରିବା ସହ ଜିତିଲେ ସ୍ୱର୍ଣ୍ଣପଦକ

ପରେ ଅନୁପର ସାନ ଭାଇକୁ ଆଣି ପଚରାଉଚରା କରିବା ବେଳେ ସେ ସବୁ ସତ କଥା ମାନିଯାଇଥିଲା। ଏବେ ପୋଲିସ ଅନୁପକୁ ଖୋଜୁଥିବା ଜଣାଯାଇଛି। ଟଙ୍କା ପାଇଁ ଜଣେ ନିଜ ମୃତ୍ୟୁର ନାଟକ ରଚିବା ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.