Below header

ଚିତାବାଘ ଓ ହରିଣଛୁଆ ମଧ୍ୟରେ ଘଟିଥିବା ଏହି ଘଟଣା ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଦକ୍ଷିଣ ଆଫ୍ରିକାର କୄଗର ନ୍ୟାସନାଲ ପାର୍କରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି ଲୋକମାନଙ୍କୁ ନିଜଆଡ଼କୁ ଆକର୍ଷିତ କରୁଛି । ଏହି ଭିଡିଓରେ ଏକ ଛୋଟ ହରିଣ ଛୁଆ ଚିତାବାଘଠୁ ବଞ୍ଚିବା ପାଇଁ ତାକୁ ବାରମ୍ବାର ସିଂଘ ମାରୁଥିବା ଦେଖିବାକୁ ମିଳିଛି।ଆଣ୍ଡ୍ରି ଫୋରୀ ନାମକ ଜଣେ ବ୍ୟକ୍ତି ଏହାକୁ ନିଜ କ୍ୟାମେରାରେ ଶୁଟ କରିଥିଲେ ।


video courtesy latest kruger

ଫାଡ଼ିଙ୍କ କହିବା ଅନୁଯାୟୀ ଛୁଆଟି ସେଠାରୁ ପ୍ରଥମେ ଦୌଡ଼ି ପଳାଇବାକୁ ଚାଁହୁଥିଲା କିନ୍ତୁ ସେ ଜାଣିଥିଲା ଯେ ସେ ଏତେ ଦ୍ରୁତ ନୁହେଁ ଯେ ସେ ବାଘଠାରୁ ବଞ୍ଚିପାରିବ । କିଛିସମୟ ପର୍ଯ୍ୟନ୍ତ ଚିତା ହରିଣଛୁଆ ପଛରେ ବୁଲିବାକୁ ଲାଗିଲା । ଯେପରି ଏହା ବାଘପାଇଁ ମନୋରଞ୍ଜନ ସଦୃଶ ଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ଶୀଘ୍ର ଛୁଆଟି ଜାଣିବାକୁ ପାଉଛି ଯେ ଚିତାଠାରୁ ଆଉ ବଞ୍ଚିପାରିବ ନାହିଁ ତେଣୁ ସେ ନିଜ ଶିଙ୍ଗରେ ଚୀତାକୁ ମାରିବାକୁ ଚେଷ୍ଟା କରୁଛି ଯାହାଦ୍ୱାରା କୌଣସି ଲାଭ ହେଉନାହିଁ । ଏହାସହିତ ଫୋରୀ କହିଛନ୍ତି ଚିତା ଜାଣିଥିଲା ଯେ ଛୁଆଟି ତାର କୌଣସି କ୍ଷତି କରିପାରିବ ନାହିଁ ସେଥିପାଇଁ ସେ ହରିଣଛୁଆ ସହ ଖେଳିବାକୁ ଚେଷ୍ଟା କରୁଛି । ପ୍ରାଏ ଏକ ଘଣ୍ଟା 40 ମିନିଟ ପର୍ଯ୍ୟନ୍ତ ଦୁହେଁ ଏକା ସହ ଖେଳିଥିଲେ କିନ୍ତୁ ଶେଷରେ ଜିତିଯାଇଥିଲା ଚିତାବାଘ ।

ଏହାସହ ପଢନ୍ତୁ ଉଦ୍ଭଟ ମାନସିକତା, ଭୋକ ଲାଗିବାରୁ କାଟି ଖାଇଦେଲେ ମହିଳାଙ୍କ ମସ୍ତିସ୍କ

ସେହି ନିରୀହ କଅଁଳ ହରିଣ ଛୁଆଟି ଶେଷରେ ଖାଦ୍ୟ ଵନିଯାଇଥିଲା ବାଘର । ଫୋରୀଙ୍କ କହିବା ଅନୁଯାୟୀ ହରିଣଛୁଆଟି ବଞ୍ଚି ଯାଇଥିଲେ ମଧ୍ୟ ତାର ମା ଏବଂ ସାଥିମାନେ ତାକୁ ପାଖ ପୁରେଇ ଦେଇନଥାନ୍ତେ କାରଣ ତା ଠାରୁ ଚିତାର ଗନ୍ଧ ଆସୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.