Below header

ଚୀନର ୪୫୯ଫୁଟ ଉଚ୍ଚତାର ବେଣ୍ଡିଂ ଗ୍ଲାସ ବ୍ରିଜ, ଯାହା ଲୋକଙ୍କୁ ପକାଉଛି ଭ୍ରମରେ

ଚୀନରେ ଥିବା ଏକ ବ୍ରିଜ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚୀନରେ ଏମିତି ଏକ ବ୍ରିଜ ଅଛି ଯାହା ଗ୍ଲାସରେ ତିଆରି। ବ୍ରିଜଟିର ନାମ ବେଣ୍ଡିଂ ଗ୍ଲାସ ବ୍ରିଜ। ଏହି ବ୍ରିଜର ଲମ୍ବା ୧୦୦ମିଟର ରହିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚୀନର ଜେଜିଆଙ୍ଗ ପ୍ରାନ୍ତରେ ସ୍ଥିତ ଏହି ରୁୟି ଗ୍ଲାସ ବ୍ରିଜ ଭୂମି ଠାରୁ ୧୪୦ ମିଟର ଅର୍ଥାତ ୪୫୯ଫୁଟ ଉଚ୍ଚତାରେ ରହିଛି। ଏହାର ତିଆରି ପ୍ରଣାଳୀ ଏହା ଅନ୍ୟ ବ୍ରିଜଠୁ ଅଲଗା କରିଥାଏ। ଏହାର ନାମ ବେଣ୍ଡିଂ ଗ୍ଲାସ ବ୍ରିଜ ରଖାଯାଇଛି । ଏହାକୁ ଦେଖି ଅନେକ ଲୋକ ଭ୍ରମରେ ପଡୁଛନ୍ତି। ଅସଲି ବୋଲି କେହି ବିଶ୍ୱାସ କରୁନାହାନ୍ତି। କିଛି ଲୋକ ଏହାକୁ ମିଛ ବୋଲି କହିଛନ୍ତି।

୨୦୨୦ ପୂର୍ବରୁ ପ୍ରଥମଥର ଏହି ବ୍ରିଜକୁ ୨୦୧୭ରେ ଖୋଲାଯାଇଥିଲା। ସେହି ସମୟରେ ଆଜି ପର୍ଯ୍ୟନ୍ତ ପ୍ରାୟ ୨ଲକ୍ଷରୁ ଅଧିକ ଲୋକ ଏହି ବ୍ରିଜରେ ଯିବା ଆସିବା କରିସାରିଲେଣି। ଏହାର ଡିଜାଇନ ପାଇଁ ଏହା ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଗଲାଣି। ଏହି ବ୍ରିଜ ୨ଟି ପାହାଡ ମଝିରେ ତିଆରି କରାଯାଇଛି।ଏହି ବ୍ରିଜକୁ ଚୀନର ସୌଭାଗ୍ୟର ପ୍ରତୀକ ରୂପେ ମନାଯାଏ। ଏହା ୩ଟି ବେଣ୍ଡିଂ ବ୍ରିଜକୁ ଏକାଠି କରି ତିଆରି କରାଯାଇଛି। ଏଠାକୁ ଯାଇଥିବା ଏକ ପର୍ଯ୍ୟଟକ କହିଛନ୍ତି ଯେ, ଏଠାରୁ ସଂପୂର୍ଣ୍ଣ ରୂପେ ଫିୟରି ହାଉସର ପ୍ରାକୃତିକ ଶୋଭା ଦେଖିବାକୁ ମିଳେ।’

bending bridge8
pc: flipboard

ଚୀନର ଏହି ବ୍ରିଜ ଦୁନିଆର ସବୁଠୁ ଲମ୍ବା ଏବଂ ଉଚ୍ଚତା ବିଶିଷ୍ଟ। ଏହା ଇସ୍ରାଇଲ ବାସ୍ତୁକାର ହୋମ ଦୋତନଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଏଭଳି ବ୍ରିଜ ପୂର୍ବରୁ ପର୍ତ୍ତୁଗାଲରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୨୦୧୮ରେ ଚିନର ହଂକଂ ରୁ ମକାଓ ଯିବାପାଇଁ ୩୪ କି.ମି ଲମ୍ବାର ୧୫ବିଏନ୍‌ ବ୍ରିଜ ତିଆରି ହୋଇଥିଲା ଯାହାକି ଏବେର ସବୁଠୁ ଲମ୍ବା ସମୁଦ୍ର କ୍ରସ ବ୍ରିଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.