ଅଚାନକ ତିନି ଫାଳ ହୋଇଗଲା ଆମ୍ବ ଗଛ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ

ଗଞ୍ଜାମ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକେ। ଭୋଜି ପାଇଁ ଏକ ଆମ୍ବ ଗଛ ମୂଳରେ ଏକାଠି ହୋଇଥିଲେ। ଅଚାନକ ଆମ୍ବ ଗଛ ତିନି ଫାଳ ହୋଇ ଭାଙ୍ଗିଯାଇଥିଲା। କିନ୍ତୁ ଗଛ ଭାଙ୍ଗିବା ପୂର୍ବରୁ ଯେଉଁ ଶବ୍ଦ ହୋଇଥିଲା ତାକୁ ଶୁଣି ଲୋକେ ସେଠାରୁ ହଟିଯାଇଥିଲା। ଟଳି ଯାଇଥିଲା ବଡ଼ ଅଘଟଣ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଲିଯୋଡ଼ି ନିକଟ ଏକ ଆମ୍ବତୋଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଦୋଳପୂର୍ଣ୍ଣିମା ଅବସରରେ ଡୁମ୍ବୁଳା ଯାତ୍ରାକୁ ଯାଇ ଭକ୍ତମାନେ ବାଙ୍କେଶ୍ୱରୀଙ୍କୁ ଦର୍ଶନ କରିବା ପରେ ଆମ୍ବତୋଟାରେ ଏକାଠି ହୋଇଥିଲେ। ଏ ସମୟରେ ଏହି ଅଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.