ବର୍ଷକୁ ଥରେ ଦ୍ୱିପ୍ରହରରେ ହୁଏ ମହାକାଳଙ୍କ ଭସ୍ମ ଆଳତୀ, ଜାଣନ୍ତୁ ଏହା ପଛର କାରଣ କ’ଣ

ଭାରତ ବର୍ଷରେ ମହାଦେବଙ୍କର ରହିଛି ଅନେକ ମନ୍ଦିର। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମହାକାଳ ମନ୍ଦିର ବିଶ୍ୱପ୍ରସିଦ୍ଧ। ଏଠାରେ ମହାଶିବରାତ୍ରିରେ ଏବଂ ଶ୍ରାବଣ ମାସରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ଏହି ମନ୍ଦିରର ସ୍ୱତନ୍ତ୍ରତା ରହିଛି । ଏଠାରେ ଭସ୍ମ ଆଳତୀ ହୋଇଥାଏ। ଏହି ମନ୍ଦିରର ମୁଖ୍ୟ ଶୃଙ୍ଗାର ହେଉଛି ଏଠାରେ କରାଯାଉଥିବା ଭସ୍ମ ଆଳତୀ। ଯାହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି।

ମନ୍ଦିରଟି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ। ମନ୍ଦିରର ଆଳତୀ ପ୍ରତିଦିନ ଭୋର ୪ଟା ସମୟରେ ହୋଇଥାଏ। ମାତ୍ର ଗୋଟିଏ ଦିନ ବର୍ଷର ଦିନ ୧୨ଟାରେ ଏହି ଆଳତୀ ହୋଇଥାଏ। ଏହିଦିନ ମନ୍ଦିରକୁ ଭକ୍ତଙ୍କ ସମାଗମ ଲକ୍ଷାଧିକରୁ ଅଧିକ ଦେଖିବାକୁ ମିଳିଥାଏ। ହେଲେ ଏହା ପଛରେ କାରଣ କ’ଣ ରହିଛି ତାହା ଆଜି ଆମେ ଆପଣଙ୍କୁ କହିବୁ।

mm23
pc: oneindia hindi

ମହାଶିବରାତ୍ରି ପର୍ବ ପୂର୍ବରୁ ଭଗବାନ ଶଙ୍କରଙ୍କ ବିବାହ ପାଇଁ ସବୁ ରୀତିନୀତି ଆରମ୍ଭ ହୋଇଯାଇଥାଏ। ୯ ଦିନ ଧରି ଏଠାରେ ବାବାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ। ଭୋଳାନାଥଙ୍କୁ ବର ବେଶରେ ଶୃଙ୍ଗାର କରାଯାଏ। ବେଶ ଧୂମଧାମରେ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ଏହି ବିବାହର ଭକ୍ତମାନେ ବରଯାତ୍ରୀ ସାଜି ଆଶୀର୍ବାଦ ପ୍ରାପ୍ତ କରନ୍ତି। ମହାକାଳେଶ୍ୱର ମନ୍ଦିରରେ ମହାଶିବରାତ୍ରିର ଦ୍ୱିତୀୟ ଦିନରେ ମହାକାଳଙ୍କୁ ୧୩,୧୨୫ କ୍ୱିଣ୍ଟାଲ ଫୁଲରେ ତିଆରି ମୁକୁଟ ଲାଗି କରାଯାଇଥାଏ। ଏହାସହ ମହାକାଳଙ୍କୁ ସୁନାର କୁଣ୍ଡଳ, ମୟୁର ପଙ୍ଖ, ସୁନାର ତ୍ରିପୁଣ୍ଡ ଏବଂ ପୁଷ୍ପ ମୁକୁଟରେ ସଜା ଯାଇଥାଏ। ଶେଷରେ ଦିନ ୧୨ ଟାରେ ଭସ୍ମ ଆଳତୀ କରାଯାଇଥାଏ।

ଏଠାରେ ବାବାଙ୍କୁ ବର ବେଶରେ ସଜାଇ ତାଙ୍କର ଶୃଙ୍ଗାର କରାଯାଏ। ପଞ୍ଚାମୃତରେ ସ୍ନାନ କରାଇ ଚନ୍ଦନ, କେସର ସହିତ ସୁଗନ୍ଧିତ ଦ୍ରବ୍ୟର ଲେପନ କରାଯାଏ। ଏହା ପରେ ବାବାଙ୍କର ଭସ୍ମ ଆଳତୀ ଆରମ୍ଭ ହୁଏ। ଯାହାକୁ ଦେଖିବା ପାଇଁ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.