Below header

ପାରାଦୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ପାରାଦୀପ : ପାରାଦୀପ ବନ୍ଦରର ଏକ ଜାହାଜରୁ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତୁଟିକୋରିନ୍‌ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରକୁ ଆସିଥିବା ଏମ୍‌ ଭି- ଏପି କାଏସ୍‌ ନାମକ ଜାହାଜରେ ୨୪ ସଦସ୍ୟ ଥିଲେ।

ସେଥିରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସନ୍ଦେହ ଘେରକୁ ଆସିଥିଲା। ଏହା ପରେ ଭୁବନେଶ୍ଵରର ଆରଏମ୍‌ଆରସି ଲ୍ୟାବ୍‌ର ସ୍ୱତନ୍ତ୍ର ଟିମ୍‌ ଯାଇ ସମସ୍ତଙ୍କ ସ୍ୱାବ ପରୀକ୍ଷା କରିଥିଲେ। ୨୪ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ଭୁବନେଶ୍ଵର ପଠାଇ ଦିଆଯାଇଛି। ଅନ୍ୟପଟେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇ ଆଙ୍କରେଜ ଏରିଆକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.