Below header

ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ, ସେବକ ଜ୍ୟୋତିଷଙ୍କ ଦ୍ୱାରା ପାଠ କରାଗଲା ନୂତନ ବିରଜା ପଞ୍ଜିକା

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କ ନିକଟରେ ସେବକ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ସନ୍ଧ୍ୟାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପରେ ମାଙ୍କ ବିଜେ ପ୍ରତିମାକୁ ପାରମ୍ପରିକ ରିତିନୀତି ନିୟମ ଅନୁସାରେ ଅଣାଯାଇଥିଲା ।

ସେଠାରେ ମାଙ୍କ ମୁଖ୍ୟ ପୁରୋଧାଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତିଷ ନୂତନ ପଞ୍ଜିକା ପାଠଥିଲେ। ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା ଓ କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ । ପଞ୍ଜିକାରେ ମାଙ୍କ ବର୍ଷକର ରିତିନୀତି ପୂଜାର୍ଚ୍ଚନାର ସମୟ ର୍ନିଘଣ୍ଟ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.