ଭଲ ହେବାପରେ କିସ୍‌ରେ ବିନା ଦେୟରେ ପାଠ ପଢ଼ିବ ଜଗା, ପ୍ରତିଶ୍ରୁତି ଦେଲେ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ: କିସ୍‌ରେ ପଢ଼ିବ ଜଗା। ନିକଟରେ ସେ କଟକ ବଡ଼ ମେଡ଼ିକାଲ୍‌ରୁ ସ୍ଥାନାନ୍ତରିତ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଜଗାର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ।

ଏହାସହ ଜଗା ଓ ତାର ବାପାଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ବୁଝିଥିଲେ। ଜଗାର ଆଶୁ ଆରୋଗ୍ୟ କାମନା କରିବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜଗା ଭଲ ହୋଇଯିବା ପରେ ସେ ଭୁବନେଶ୍ୱର କିସ୍‌ରେ ବିନା ଦେୟରେ ପଢ଼ିବ ବୋଲି ଡକ୍ଟର ସାମନ୍ତ ଜଗାର ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜଗାର ଦୁଇ ଭାଇ ମଧ୍ୟ କିସ୍‌ରେ ପଢୁଛନ୍ତି । ଜଗା ଭଲ ହୋଇଗଲେ କିସ୍‌ରେ ରହି ଭାଇ ମାନଙ୍କ ସହ ପାଠ ପଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.