ସୁଶାନ୍ତଙ୍କୁ ନିଜ ଫିଲ୍ମ ଫେୟାର ଆଓ୍ଵାର୍ଡ ସମର୍ପିତ କଲେ ଫରାହ ଖାନ୍‌, ଇମୋସନାଲ ହୋଇ କହିଲେ ଏମିତି

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଦିଲ ବେଚାରା’ର ଟାଇଟଲ ଟ୍ରାକ୍‌ର କୋରିଓଗ୍ରାଫର ତଥା ଫିଲ୍ମ ମେକର ଫରାହ ଖାନ୍‌କୁ ମିଳିଛି ଫିଲ୍ମ ଫେୟାର ଆଓ୍ଵାର୍ଡ। ଏହି ପୁରସ୍କାର ପାଇବା ପରେ ଭାବ ବିହ୍ଵଳିତ ହୋଇପଡ଼ିଛନ୍ତି ଫରାହ। ସେ ନିଜର ଏହି ପୁରସ୍କାରକୁ ଦିବଂଗତ ଅଭିନେତା ସୁଶାନ୍ତଙ୍କୁ ସମର୍ପିତ କରିଛନ୍ତି। ପ୍ରକାଶ ଯେ ଗତ ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଛି।

ମୁକେଶ ଛାବ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦିଲ ବେଚାରା’ରେ ଫରାହ କୋରିଓଗ୍ରାଫି କରିଥିଲେ। ସେ ସୁଶାନ୍ତଙ୍କ ସହ ନିଜ ଏକ ଫଟୋ ସେୟାର କରି ଲେଖିଛନ୍ତି, ଏହା ମୋ ପାଇଁ ଖାସ୍‌। ଦିଲ ବେଚାରା ପାଇଁ ମୋର ସପ୍ତମ ଫିଲ୍ମ ଫେୟାର ଆଓ୍ଵାର୍ଡ। ସୁଶାନ୍ତ ସିଂହ ରାଜପୁତଙ୍କ ସହ ମୋର ଗୋଟିଏ ମାତ୍ର ଗୀତ, ଯିଏ ମୋର ଭଲ କୋରିଓଗ୍ରାଫିକୁ ଉତ୍କଷ୍ଟ ଗୀତରେ ପରିବର୍ତ୍ତିତ କରିଛନ୍ତି। ଆଜି ଏହି ପୁରସ୍କାର ଗ୍ରହଣ କରିବା ବେଳେ ଖଟା ମିଠା ଅନୁଭବ ହେଲା…ଥ୍ୟାଙ୍କ୍‌ ୟୁ ମୋ ଭାଇ ମୁକେଶ, ମୁଁ ଭାବିଥିଲି ମୁଁ ତୁମକୁ ସାହାଯ୍ୟ କରୁଛି କିନ୍ତୁ ମାମଲା ପୂରା ଓଲଟା ଥିଲା।

 

View this post on Instagram

 

A post shared by Farah Khan Kunder (@farahkhankunder)

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କର ଏହି ଶେଷ ଫିଲ୍ମର ସୁପରହିଟ୍‌ ଗୀତକୁ ଏଆର ରହମାନ୍‌ କମ୍ପୋଜ୍‌ କରିବା ସହ କଣ୍ଠଦାନ କରିଥିଲେ। ଏହି ଫିଲ୍ମରେ ସଞ୍ଜନା ସାଙ୍ଘୀ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ। ଫିଲ୍ମଟି ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରରେ ରିଲିଜ୍‌ ହୋଇଥିଲା। ଏହାକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.