Below header

ହେଲମେଟ୍‌ ପିନ୍ଧିନଥିବାରୁ ୩ କିଲୋମିଟର ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ: ମୟୂରଭଞ୍ଜ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନ, ଶରତ ଥାନା ଓଆଇସି ନିଲମ୍ବିତ

ମୟୂରଭଞ୍ଜ : ହେଲମେଟ ଚେକିଂ ଆଳରେ ଗର୍ଭବତୀଙ୍କୁ ୩କିଲୋମିଟର ଚଳାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ମୟୂରଭଞ୍ଜ ଏସପି । ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରାଯାଇଛି ।

ଶରତ ଥାନା ଅଞ୍ଚଳର ବିକ୍ରମ ବରୁଲୀ ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ଉଦଳା ଆସୁଥିଲେ । ତେବେ ରାସ୍ତାରେ ହେଲମେଟ ଚେିକଂ ଆଳରେ ବିକ୍ରମ ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଅଟକାଇଥିଲେ । ଗାଡିର ସମସ୍ତ କାଗଜପତ୍ର ଥିବା ସତ୍ତ୍ୱେ ତାଙ୍କ ସ୍ତ୍ରୀ କଣ ପାଇଁ ହେଲମେଟ ପିନ୍ଧି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.