Below header

ନା ହିନ୍ଦି, ନା ଇଂରାଜୀ . . .କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି ଏହି ଡ୍ରାଇଭର୍ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ସମସ୍ତେ ଇଂରାଜୀ ମାୟାରେ ବାୟା । ଇଂରାଜୀ ଆସୁଛି ତ ଭଲ ଚାକିରି ଖଣ୍ଡେ ମିଳିବ । ପିଲା ମଣିଷ ହୋଇଯିବେ । ଏବେ ଏମିତି କିଛି ଧାରଣା ହୋଇଯାଇଛି ଲୋକଙ୍କର । ତେବେ କିଛି ଦିନ ତଳେ ଆସିଥିବା ଫିଲ୍ମ ହିନ୍ଦି ମିଡିୟମ୍ ଏହି ଚିନ୍ତାଧାରାକୁ କିଛି ମାତ୍ରାରେ ଭାଙ୍ଗିଥିଲା । ହେଲେ ସମ୍ପୂର୍ଣ୍ଣ ରୂପେ ଏହି ଚିନ୍ତାଧାରା ପରିବର୍ତ୍ତନ ହୋଇନାହିଁ । ଅଧିକାଂଶ ସ୍କୁଲ୍ ଏବେ ଇଂରାଜୀ ମିଡିୟମ୍ । ଯେଉଁଠି ଓଡିଆ ମିଡିୟମ ସ୍କୁଲ୍ ସେଠି ପିଲା ସଂଖ୍ୟା କମ୍ । ଏବେ ଅଧିକାଂଶ ପିଲାଙ୍କ ମୁହଁରୁ ହିନ୍ଦି ନଚେତ୍ ଇଂରାଜୀ ଶୁଣିବାକୁ ମିଳୁଛି । ସଂସ୍କୃତ ଯେମିତି ବହିରେ ହିଁ ରହିଯାଇଛି । ତେବେ ବିଶ୍ବର ସବଠାରୁ ପୁରୁଣା ଭାଷା ହେଉଛି ସଂସ୍କୃତ । ଏହାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ । ଭାରତର ଏହି ଭାଷା ମହାନ୍ ହୋଇଥିଲେ ମଧ୍ୟ ଖୁବ୍ କମ୍ ବ୍ୟବହାର କରାଯାଏ । କାରଣ ଏହା ଏକ ଏମିତି ବିଷୟ ଯାହାକୁ ପ୍ରାୟ ସମସ୍ତେ ଭୟ କରନ୍ତି । ଏହା ଏକ ଜଟିଳ ଭାଷା ।

କିନ୍ତୁ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ କ୍ୟାବ୍ ଡ୍ରାଇଭର୍ ହିନ୍ଦି କିମ୍ବା ଇଂରାଜୀ ନୁହେଁ ବରଂ ସଂସ୍କୃତରେ କଥା ହେଉଛନ୍ତି । ଭିଡିଓ ବେଙ୍ଗାଲୁରୁର ବୋଲି ଜଣାପଡିଛି । ଭିଡିଓରେ ଦେଖିବାକୁ ମଳିଛି ଡ୍ରାଇଭର ଜଣକ କେବଳ ସଂସ୍କୃତରେ ହିଁ କଥା ହେଉଛନ୍ତି । ସଂସ୍କୃତରେ ନିଜ ନାଁ ମଲ୍ଲପମ ବୋଲି କହୁଛନ୍ତି । ସଂସ୍କୃତ ପଢାଯାଉଥିବା ଏକ ଶିବିରରୁ ସଂସ୍କୃତ ଭାଷା ଶିଖିଥଲେ ମଲ୍ଲପମ୍ । ଏହା ପରେ ନିଜର ସମସ୍ତ ଯାତ୍ରୀଙ୍କ ସହ ସଂସ୍କୃତରେ ହିଁ କଥା ହେଉଛନ୍ତି ସେ । ଇଣ୍ଟରନେଟରେ ଧୁମ୍ ମଚାଉଛି କ୍ୟାବ୍ ଡ୍ରାଇଭର ମଲ୍ଲପମଙ୍କ ସଂସ୍କୃତ ଜ୍ଞାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.