ସୋନାଲୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଏହି ଘାତକ ପାକିସ୍ତାନୀ ବୋଲର୍, ଅପହରଣ କରିବାକୁ କରିଥିଲେ ଯୋଜନା

କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା । ତେବେ ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ବରଂ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର ପାକିସ୍ତାନର ସୋଏବ୍ ଅଖତର । ଯିଏ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ ଦିନ ରାତି ତାଙ୍କ ସ୍ବପ୍ନ ଦେଖୁଥିଲେ ।

ଏକଥା ନିଜେ ସୋଏବ ଏକ ସାକ୍ଷାତକାରରେ କହିଛନ୍ତି । ତେବେ ଏହି ସାକ୍ଷାତକାରରେ ଏମିତି କିଛି କହିଥିଲେ ସୋଏବ୍ ଯାହାକୁ ଶୁଣି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନଥିଲା ।

sonaliସୋଏବଙ୍କ କହିବା ଅନୁଯାୟୀ ଥରେ ଭାରତ ଆସିଥିବା ବେଳେ ସୋନାଲୀଙ୍କ ସହ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରେ ହିଁ ସୋନାଲୀଙ୍କୁ ମନ ଦେଇବସିଥିଲେ ସୋଏବ୍ । ଏହା ପରେ ସୋଏବଙ୍କ ସ୍ବପ୍ନରେ ଆସିବାକୁ ଲାଗିଲେ ସୋନାଲୀ । ଏକ ତରଫା ପ୍ରେମରେ ଗୋଟିଏ ପ୍ରକାର ପାଗଳ ହୋଇସାରିଥିଲେ ସୋଏବ୍ । ଏପରିକି ନିଜ ପର୍ସରେ ଏବଂ ଘରର କାନ୍ଥରେ ସୋନାଲୀଙ୍କ ଫଟୋ ଲଗାଇଥିଲେ । ସୋନାଲୀଙ୍କୁ ଦେଖି କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ନିଜ ଘାତକ ବୋଲିଂରେ ବୋଲ୍ଡ କରୁଥିବା ସୋଏବ୍ ।

ସୋନାଲୀଙ୍କ ବିନା ରହିପାରୁ ନଥିବା ସୋଏବ୍ ଶେଷରେ ପ୍ରପୋଜ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପରିକି ସୋଏବ୍ ଭାବି ନେଇଥିଲେ ଯଦି ସୋନାଲୀ ତାଙ୍କ ପ୍ରେମ ନିବେଦନକୁ ସ୍ବୀକାର ନକରିବେ ତେବେ ତାଙ୍କୁ ଅପହରଣ କରିନେବେ । ହେଲେ ପର ମୁହୂର୍ତ୍ତରେ ଏପରି ଭାବନାରୁ ନିବୃତ ରହିଥିଲେ ସୋଏବ୍ ।

shoaib akhtarଅନ୍ୟପଟେ ସୋନାଲୀଙ୍କୁ ଏନେଇ ପଚରାଯିବାରୁ କହିଥିଲେ ସୋଏବ୍ ଅଖତର ନାମକ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ଜାଣନ୍ତି ନାହିଁ । କାରଣ ତାଙ୍କର କ୍ରିକେଟରେ କୌଣସି ରୁଚି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.