ଗରିବଙ୍କ ଭଗବାନ ଡାକ୍ତର ଅରବିନ୍ଦ, ମାତ୍ର ୨୫ ଟଙ୍କା ଫିସରେ କରୁଛନ୍ତି ରୋଗୀ ସେବା

ଆଜିର ଦୁନିଆରେ ମଣିଷ ଟଙ୍କା ପାଇଁ ସବୁକିଛି କରିପାରେ। ନିଜର ବୁଦ୍ଧି ବିବେକ ମଧ୍ୟ ହଜାଇ ଦିଏ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ। କିନ୍ତୁ ଏସୁବୁର ଉର୍ଦ୍ଧକୁ ଯାଇ ଆଜିବି ଅନେକ ଲୋକ ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥାନ୍ତି। ସେହିଭଳି ବ୍ୟକ୍ତିତ୍ବ ହେଉଛନ୍ତି ପାଟନାର ଡାକ୍ତର ଅରବିନ୍ଦ ସିଂ । ଅରବିନ୍ଦଙ୍କ ସମ୍ପର୍କରେ ଯେତେ କହିଲେବି କମ ହେବ, କାରଣ ଆଜିର ଦିନରେ ଡାକ୍ତର ମାନେ ଔଷଧରୁ କମିଶନ ଓ ଯେଉଁଭଳି ଭାବାରେ ରୋଗୀଙ୍କ ଠାରୁ ଅଧିକ ଫିସ୍ ଆଦାୟ କରନ୍ତି, ଏହି ସବୁ କ୍ଷେତ୍ରରୁ ଅରବିନ୍ଦ ସମ୍ପୁର୍ଣ୍ଣ ଭିନ୍ନ। କାହିଁକିନା ସେକେବେ ଦୁଃଖୀ,ଗରିବ ଓ ଅସହାୟଙ୍କ ଠାରୁ ୨୫ ଟଙ୍କାରୁ ଉର୍ଦ୍ଧ ଟଙ୍କା ନେଇ ଚିକିତ୍ସା କରନ୍ତି ନାହିଁ।

ପାଟନା କଦମକୁଆଁ କଲୋନୀରେ ଏକ ଛୋଟିଆ ରୁମରେ ତାଙ୍କ ଚିକିତ୍ସା କେନ୍ଦ୍ର ଅଛି। ଯେଉଁଠି ସେ ବସି ଶହ ଶହ ରୋଗୀଙ୍କର ଚିକିତ୍ସା କରୁଛନ୍ତି। ୨୦୦୮ରୁ ଏନଏମସିଏଚରେ ଆସୋସିଏଟ ପ୍ରଫେସର ଭାବେ ପଢାଇବା ସହ କର୍ମଭୂମି ଭାବେ ଗରିବଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ ଅରବିନ୍ଦ । ଏହାପରେ ଆରମ୍ଭ କରିଥିଲେ ଗରିବ, ଅସହାୟ ଲୋକଙ୍କ ପାଇଁ ଶସ୍ତା ଡାକ୍ତରୀ ସେବା । ପାଖାପାଖି ୨୫ ବର୍ଷ ହେବ ଡକ୍ତରୀ ସେବା କରି ଅରବିନ୍ଦ ସାଉଣ୍ଟିଛନ୍ତି ଅନେକ ପ୍ରସଂଶା। ବର୍ତ୍ତମାନ ସମୟରେ ସହରର ଚିକ୍କଣିଆ ଡାକ୍ତରଖାନରେ ରୋଗୀ ସେବା ନାଁରେ ଯେଉଁଭଳି ଭାବରେ ଶୋଷଣ କରାଯାଉଛି ତାହାରି ପ୍ରତିବଦଳରେ ଆରବିନ୍ଦଙ୍କ ଛୋଟିଆ କ୍ଲିନିକ ସବୁଠାରୁ ଶ୍ରେୟସ୍କର। ଯୁବ ଡାକ୍ତର ମାନଙ୍କ ପାଇଁ ଅରବିନ୍ଦଙ୍କ ରୋଗୀସେବା ଏକ ଉଦାହାରଣ ପାଲଟିବ ନିଶ୍ଚୟ।

୨୫ ବର୍ଷରୁ ଡାକ୍ତର ଅରବିନ୍ଦ ମାତ୍ର ୨୫ ଟଙ୍କା ଫିସ ନେଇ ରୋଗୀଙ୍କର ସେବା କରିଆସୁଛନ୍ତି । ଅରବିନ୍ଦ ଚାହଁନ୍ତି କି, ଗରିବ ଲୋକ କିଭଳି ନିଜର ଚିକିତ୍ସା କମ ଟଙ୍କାରେ କରାଇପାରିବେ ଓ ଚିକତ୍ସା ଅଭାବରୁ କେହାର ମୃତ୍ୟୁ ନହେଉ। ଡାକ୍ତର ଅରବିନ୍ଦ ଜଣେ ଫିଜିସିଆନ ଅଟନ୍ତି । ପ୍ରତିଦିନ ତାଙ୍କୁ ପାଖକୁ ହାରାହାରି ୨ଶହରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଦୂର ଦୂରାନ୍ତରୁ ଆସିଥାନ୍ତି । ତାଙ୍କ କ୍ଲିନିକଟିକୁ କାହିଁକ ବଢାଇଲେ ନାହି ବୋଲି ପ୍ରଶ୍ନ କଲେ ଉତ୍ତରରେ ଡାକ୍ତର ଅରବିନ୍ଦ କୁହନ୍ତି ଏହି ଛୋଟ କ୍ଳିନିକରେ ମୁଁ ସନ୍ତୁଷ୍ଟ ଅଛି ଓ ଏଠାକୁ ଆସୁଥିବା ପ୍ରତ୍ୟକ ରୋଗୀ ମଧ୍ୟ ସନ୍ତୁଷ୍ଟ ଅଛନ୍ତି।

ଅରବିନ୍ଦଙ୍କ କହିବା ମୁତାବକ ନାଳନ୍ଦାର ଚଣ୍ଡି ବ୍ଲକରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ ସେହି ସମୟରେ ସେ ଗରିବଙ୍କ ଦୁଃଖକୁ ବହୁ ପାଖରୁ ଦେଖିଥିଲେ। ଆଉ ସେବେଠାରୁ ହିଁ ତାଙ୍କର ଟଙ୍କା ପ୍ରତି ମୋହ ଛାଡି ଯାଇଥିଲା ଓ ନିଜ ତରଫରୁ ଏହି ଗରିବ ଲୋକଙ୍କ ପାଇଁ କିଛି କରିବି ବୋଲି ନିଷ୍ପତି ନେଇଥିଲେ। ଲୋକଙ୍କୁ ଚିକିତ୍ସା ବେଳେ ଖୁସିରେ ଯାହା ମିଳେ ତାହାକୁ ସେ ଗ୍ରହଣ କରିଥାନ୍ତି। କାରଣ ମାଗଣା ଚିକିତ୍ସାକୁ ରୋଗୀ ସମ୍ପୂର୍ଣ୍ଣ ଭରଷା କରିପାରେ ନାହିଁ। ତେଣୁ ସେ ୨୫ ଟଙ୍କା ରୋଗୀଠାରୁ ଫିସ୍ ଆକାରାରେ ନିଅନ୍ତି ହେଲେ ଯେଉଁ ରୋଗୀଙ୍କ ନିକଟରେ ଟଙ୍କା ଦେବାର ସାମର୍ଥ ନଥାଏ ତାଙ୍କଠାରୁ ଟଙ୍କାଟିଏ ବି ରଖନ୍ତି ନାହିଁ ଅରବିନ୍ଦ ।କେବଳ ଏତିକି ନୁହେଁ ଅନେକ ଗରିବ ଅସହାୟ ଲୋକଙ୍କ ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ସେ ନିଜେ ବହନ କରନ୍ତି । ଏପର୍ଯ୍ୟନ୍ତ ତାଙ୍କ କ୍ଲିନିକରୁ କୌଣସି ରୋଗୀ ନିରାଶ ହୋଇ ଫେରିବାର ନଜୀର ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.