Below header

ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ, ବ୍ୟାଟିଂ କରିବ ଭାରତ

ଅନ୍ତ ହେଲା ଅପେକ୍ଷା । ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଲଢ଼େଇ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ମୁହାଁମୁହିଁ ଦୁଇ ପାରମ୍ପରିକ ପତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଏବେ ପ୍ରଥମେ ବ୍ୟାଟିଂ କରିବ ବିରାଟ ବାହିନୀ ।

ତେବେ ଯେତେବେଳେ ଏହି ଦୁଇ ଟିମ୍ ମୈଦାନକୁ ଆସନ୍ତି ସେତେବେଳେ ଚରମରେ ଥାଏ ରୋମାଞ୍ଚ । ବିଶ୍ବକପ ଫାଇନାଲଠୁ ଦମଦାର ଥାଏ ଏହି ମ୍ୟାଚ୍ । ଏଯାଏଁ ବିଶ୍ବକପରେ ଏହି ଦୁଇ ଟିମର ୬ ଥର ଟକ୍କର ହୋଇସାରିଛି । କିନ୍ତୁ ସବୁଥର ବିଜୟ ମୁକୁଟ ପିନ୍ଧିଥାଏ ଭାରତ । ଯଦି ଦିନିକିଆ ଇଣ୍ଟରନ୍ୟାସନାଲ୍ ମୁକାବିଲା ଦେଖିବା ତେବେ ପାକିସ୍ତାନର ସବୁଠାରୁ ଅଧିକ ଥର ବିଜୟ ହୋଇଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରାୟ ୧୩୧ ୱନଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ମଧ୍ୟରୁ ପାକିସ୍ତାନ ୭୩ ଟିରେ ବିଜୟ ହୋଇଥିବା ବେଳେ ଭାରତ ଜିତିଛି ୫୪ ଟି ମ୍ୟାଚ୍ । ଆଉ ଡ୍ର ରହିଛି ୪ ଟି ମ୍ୟାଚ୍ ।

ଏହା ସହ ପଢନ୍ତୁ ବିରାଟ ବାହିନୀର ୪ ମ୍ୟାଚ୍ ୱିନିଂ ଖେଳାଳି ଯେଉଁମାନେ ଦେଇପାରନ୍ତି ପାକିସ୍ତାନକୁ ମାତ୍

କିନ୍ତୁ ଯଦି ବିଶ୍ବକପ୍ କଥା କହିବା ଭାରତ ସାମ୍ନାରେ ତିଷ୍ଠି ପାରେନି ପାକିସ୍ତାନ । ପ୍ରଶଂସକଙ୍କ ପାଇଁ ଭାରତ – ପାକିସ୍ତାନ ମ୍ୟାଚ୍ ଫାଇନାଲ୍ ସହ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.