ରାଜସ୍ଥାନର ସୁମନ ରାଓ ଜିତିଲେ ମିସ୍ ଇଣ୍ଡିଆ ୨୦୧୯ର ମୁକୁଟ

ଶେଷରେ ଫେମିନା ମିସ୍ ଇଣ୍ଡିଆ ୨୦୧୯ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି ବିଜୟ ମୁକୁଟ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ। ଏହାସହ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ପାଲଟିଛନ୍ତି। ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେର ଆୟୋଜନ ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ କରାଯାଇଥିଲା।

ମିସ୍ ଇଣ୍ଡିଆର ବିଜେତା ହୋଇଥିବା ୨୨ ବର୍ଷୀୟା ସୁମନ ରାଓଙ୍କୁ ମିସ୍ ଇଣ୍ଡିଆ ୨୦୧୮ର ବିଜେତା ଅନୁକୃତି ବାସ ତାଜ୍ ପିନ୍ଧାଇଥିଲେ। ଚାଟାର୍ଡ ଆକାଉଣ୍ଟାଟର ପ୍ରସ୍ତୁତି କରୁଥିବା ସୁମନ ବିଜୟୀ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି ।

sumanସୁମନଙ୍କ କହିବାନୁସାରେ, ସେ ଜୀବନରେ ସେ ସବୁ କରିବା ପାଇଁ ପସନ୍ଦ କରନ୍ତି ଯାହାକୁ ଲୋକମାନେ ଅସମ୍ଭବ ବୋଲି କହିଥାନ୍ତି । ସେ ତାଙ୍କ ମାତାପିତାଙ୍କ ଦ୍ୱାରା ପ୍ରଭାବିତ । ଏହି ଟାଇଟଲ ବିଜୟୀ ହେବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ଅଟେ । ଆଗାମୀ ଦିନରେ ସେ ମିସ୍ ୱାର୍ଲଡ୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ସୁମନଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ରହିବାକୁ ପଡିଥିଲା ।

ରାତି ୮ଟାରେ ଆରମ୍ଭ ହୋଇଥିବା ଏହି ଇଭେଣ୍ଟରେ ବଲିଉଡର ଅନେକ ଷ୍ଟାର ସାମିଲ ହୋଇଥିଲେ। କରନ୍ ଜୋହର, ମନୀଷ ପୋଲ ଏବଂ ପୂର୍ବ ମିସ୍ ୱାଲର୍ଡ ମାନୁଷୀ ଚିଲ୍ଲର ହୋଷ୍ଟ କରିଥିଲେ। ହୁମା କୁରେସି, ରେମୋ ଡିସୁଜା, ଆୟୁଷ ଶର୍ମା ମୋନୀ ରାୟ, ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂ ମଧ୍ୟ ସେଠାରେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୩୦ ଜଣ ସନ୍ଦରୀ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.