Below header

୨୦ଜୁନରେ ବସିବାକୁ ଯାଉଛି ଅର୍ଥ ବିଭାଗର ଗୁରୁତ୍ବପୁର୍ଣ୍ଣ ବୈଠକ, ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନ ମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଅର୍ଥ ବିଭାଗର ଅନେକ ପଦାଧିକାରୀ ଅଫିସରଙ୍କ ସହ ବୈଠକ କରିବାକୁ ଯାଉଛିନ୍ତି। ବୈଠକରେ ଦେଶର ବିକାଶ ଓ ରୋଜଗାର ପନ୍ଥା ବଢାଇବାପାଇଁ ଆଲୋଚନା ହୋଇପାରେ। ବିଭିନ୍ନ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ମୋଦିଙ୍କ ବୈଠକକୁ ନଜରେ ରଖି ୨୦ଜୁନରେ ପ୍ରସ୍ତାବିତ ଜିଏସଟି କାଉଁସିଲ ବୈଠକ ଗୋଟିଏ ଦିନ ଆଗରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।

କୁହାଯାଉଛି ଯେ, ମୋଦି ଅର୍ଥ ମନ୍ତ୍ରଣାଳୟର ସବୁ ବିଭାଗର ଯୋଜନା,ରେଭେନ୍ୟୁ ଓ ଜିଡିପି ଗ୍ରୋଥ ବଢାଇବା ଏଜେଣ୍ଡା ଉପରେ ଆଲୋଚନା କରିବେ। ୨୦୧୮-୧୯ରେ ଜିଡିପିର ବୃଦ୍ଧି ୫ ବର୍ଷରେ ତଳକୁ ଖସି ୬.୮% ରହିଥିଲା। ପୂର୍ବମାସରେ ସରକାର ଏହାର ସଂଖ୍ୟା ଜାରି କରିଥିଲେ। ବୈଠକ ମାଧ୍ୟମରେ ସରକାରଙ୍କର ୧୦୦ ଦିନର ଏଜେଣ୍ଡା ଉପରେ ଖର୍ଚ୍ଚ ହେବ। ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ଅପ୍ରେଲ ମାସରେ ସବୁ ମନ୍ତ୍ରଣାଳୟକୁ ନୂଆ ସରକାର ପାଇଁ ଏଜେଣ୍ଡା ପ୍ରସ୍ତୁତ କରିବାକୁ କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.