Below header

ଟ୍ରାଫିକ ଜାମ୍‌ ଯୋଗୁଁ ଠପ୍‌ ହୋଇପଡିଲା ଆଇଟି ସହର ବେଙ୍ଗାଲୁର: ୧ କିମି ଯିବାକୁ ଲାଗିଲା ୨ ଘଣ୍ଟା, ରାତିରେ ଘରେ ପହଞ୍ଚିଲେ ସ୍କୁଲ ପିଲା

ଗୁରୁବାର ଦିନ ପଡୁଥିବା ‘ଇଦ୍ ମିଲାଦ୍-ଉନ୍ ନବି’ ଛୁଟି, ଶୁକ୍ରବାର ଦିନ କାବେରୀ ଜଳ ବିବାଦ ଘଟଣାରେ ପ୍ରତିବାଦକାରୀମାନେ ଦେଇଥିବା କର୍ଣ୍ଣାଟକ ବନ୍ଦ ଡାକରା ଆଉ ତା’ପରେ, ଶନିବାର ଓ ରବିବାର ସପ୍ତାହାନ୍ତ ଛୁଟି ଏବଂ ଅକ୍ଟୋବର ୨ରେ ପଡୁଥିବା ଗାନ୍ଧି ଜୟନ୍ତୀ ଛୁଟି। ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ଟ୍ରାଫିକ୍ ଜାମ୍ ହେବାରୁ ଯାନବାହନ ଚଳାଚଳରେ ବିଭ୍ରାଟ ହୋଇଥିଲା ।

ଦେଶର ଆଇଟି ସହରର କୁହାଯାଉଥିବା ବେଙ୍ଗାଲୁରୁ ଗତକାଲି ସନ୍ଧ୍ୟାରେ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇପଡିଥିଲା । ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ଟ୍ରାଫିକ୍ ଜାମ୍ ହେବାରୁ ଯାନବାହନ ଚଳାଚଳରେ ବିଭ୍ରାଟ ହୋଇଥିଲା । ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ୧ କିମି ରାସ୍ତା ଯିବାକୁ ୨ ଘଣ୍ଟା ସମୟ ଲାଗିଥିଲା । ସ୍କୁଲ ଯାଇଥିବା ପିଲାମାନେ ରାତି ୯ଟା ବେଳକୁ ଘରକୁ ପହଞ୍ଚିଥିଲେ ।

ପୋଲିସ କହିବା ଅନୁସାରେ, ଅଫିସକୁ ଯାଇଥିବା ଲୋକମାନେ ଘରକୁ ଫେରୁଥିବାରୁ ସନ୍ଧ୍ୟା ୫ଟାରୁ ରାତି ୮ ମଧ୍ୟରେ ସହରର ରାସ୍ତାଘାଟରେ ହଠାତ୍ ଯାନବାହନ ଚଳାଚଳ ବଢ଼ିଗଲା । କିଛି ସ୍ଥାନରେ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଗଲା । ତେବେ ଛୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ଗୁରୁବାର ଦିନ ପଡୁଥିବା ‘ଇଦ୍ ମିଲାଦ୍-ଉନ୍ ନବି’ ଛୁଟି, ଶୁକ୍ରବାର ଦିନ କାବେରୀ ଜଳ ବିବାଦ ଘଟଣାରେ ପ୍ରତିବାଦକାରୀମାନେ ଦେଇଥିବା କର୍ଣ୍ଣାଟକ ବନ୍ଦ ଡାକରା ଆଉ ତା’ପରେ, ଶନିବାର ଓ ରବିବାର ସପ୍ତାହାନ୍ତ ଛୁଟି ଏବଂ ଅକ୍ଟୋବର ୨ରେ ପଡୁଥିବା ଗାନ୍ଧି ଜୟନ୍ତୀ ଛୁଟି। ୫ ଦିନ ଛୁଟି ମିଳିଥିବାରୁ ଅନେକ ଲୋକ ସହର ବାହାରକୁ ବାହାରି ଯାଉଥିଲେ।

ଫଳରେ ଆଇଟି କମ୍ପାନୀ ପାଇଁ ଟ୍ରାଫିକ ପୋଲିସ ଆଡଭାଇଜାରୀ ଜାରି କରିଛି । ସହରରେ ସବୁଠୁ ଅଧିକ ଭିଡ ‘ଆଉଟର୍ ରିଙ୍ଗ୍ ରୋଡ୍’ରେ ହୋଇଥିଲା । ସେଠାରେ ୫ ଘଣ୍ଟା କାଳ ଫସି ରହିଥିବା କଥା ଲୋକେ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ଯୁଗ୍ମ କମିସନର୍ ଜାରି କରିଥିବା ବିବୃତ୍ତିରେ ମଧ୍ୟ ।

ତେବେ ବେଙ୍ଗାଲୁରୁରେ ଟ୍ରାଫିକ ଜାମ୍‌ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.