Below header

ଫୁଟପାଥ୍ ରେ ପଢି ୧୦ମ ଶ୍ରେଣୀରେ ଟପ୍ପର ହେଲେ ଭାରତୀ, ଏବେ ଉପହାରରେ ପାଇଲେ ଫ୍ଲାଟ

ମଧ୍ଯପ୍ରଦେଶର ଇନ୍ଦୋରରେ ଭାରତୀ ଖାଣ୍ଡେକର ଫୁଟପାଥ୍ ରେ ପଢି ୧୦ମ ବୋର୍ଡ ପରୀକ୍ଷାରେ ୬୮ ପ୍ରତିଶତ ମାର୍କ ହାସଲ କରିଛନ୍ତି। ତାଙ୍କର ଏଭଳି କଠିନ ସଂଘର୍ଷ ଏବଂ ସଫଳତାକୁ ଶୁଭେଚ୍ଛା ଜଣାଇ ଇନ୍ଦୋର ନଗର ନିଗମ (ଆଇଏମସି) ପକ୍ଷରୁ ବେଘର ଥିବା ଭାରତୀଙ୍କ ପରିବାରକୁ ଏକ ଫ୍ଲାଟ ଦିଆଯାଇଛି।

ଇନ୍ଦୋର ନଗର ନିଗମର ଅଧିକାରୀ ପ୍ରତିଭା ପାଲ୍ ଗତକାଲି କହିଛନ୍ତି, ଆର୍ଥିକ ସ୍ଥିତି ଦୁର୍ବଳ ଥିବା କାରଣରୁ ଆମେ ସରକାରୀ ଯୋଜନା ସାହାଯ୍ଯରେ ଭାରତୀଙ୍କ ପରିବାରକୁ ସହରର ଭୁରୀ ଟେକରି କ୍ଷେତ୍ରର ବହୁମାଂଜିଲ୍ଲା ପରିସରରେ ଏକ ଫ୍ଲାଟ କ୍ରମାଙ୍କ ‘ସି-୩୦୭’ ପ୍ରଦାନ କରିଛୁ। ଏହି ଥଫ୍ଲାଟରେ ଗୋଠଟିଏ ବେଡରୁମ୍ ସହ ରୋଷେଇ ଘର ରହିଛି। ଏଥିସହ ପାଲ୍ କହିଛନ୍ତି, ବେଘର ଲୋକଙ୍କୁ ଘର ଯୋଗାଇବା ଆମର କର୍ତ୍ତବ୍ଯ। କିନ୍ତୁ ଫୁଟପାଥରେ ରହୁଥିବା ଭାରତୀ ଏବଂ ତାଙ୍କ ପରିବାରର ସଂଘର୍ଷ କାହାଣୀ ଗଣମାଧ୍ଯମ ଜରିଆରେ ଆମେ ଜାଣିବା ପରେ ତାଙ୍କର ଆତ୍ମବିଶ୍ବାସ ଦେଖି ଆଶ୍ଚର୍ଯ୍ଯ ହୋଇଯାଇଥିଲୁ।

bharti-ସୂଚନା ମୁତାବକ ଭାରତୀଙ୍କ ବାପା ଦଶରଥ ଖାଣ୍ଡେକର ଠେଲା ଚଲାଉଥିବା ବେଳେ ମା’ ପର ଘରେ ଝାଡୁ-ପୋଛା କରି ପରିବାରର ପେଟ ପୋଷିଥାନ୍ତି। ଏହି ସଫଳତା ପୂର୍ଣ୍ଣ ଛାତ୍ରୀର ୨ଟି ଛୋଟ ଭାଇ ମଧ୍ଯ ରହିଛନ୍ତି। ଆଇଏମସି ପକ୍ଷରୁ ଫ୍ଲାଟ ମିଳିବା ପୂର୍ବରୁ ଏହି ପରିବାର ପ୍ରଥମେ ଶିବାଜୀ ମାର୍କେଟର ଫୁଟପାଥ୍ ରେ ରହୁଥିଲେ।

ରିପୋର୍ଟ ଅନୁଯାୟୀ ଭାରତୀ ସହରର ଏକ ସରକାରୀ ସ୍କୁଲର ଛାତ୍ରୀ। ସେ ଫୁଟପାଥରେ ପଢି ମଧ୍ଯପ୍ରଦେଶର ମାଧ୍ଯମିକ ଶିକ୍ଷା ମଣ୍ଡଳର ଆୟୋଜିତ କକ୍ଷା ୧୦ମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତିର୍ଣ୍ଣ ହୋଇଛନ୍ତି। ନିଜ ପରିବାର ସହ ଫୁଟପାଥ୍ ଛାଡି ଫ୍ଲାଟରେ ପହଞ୍ଚିବା ଖୁସିରେ ଭାରତୀ କହିଛନ୍ତି, ‘ବଡ ହୋଇ ମୁଁ ଆଇଏଏସ ଅଫିସର ହେବାକୁ ଚାହୁଁଛି।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.