ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିଆରା ଡିଭାଇସ୍‌ ତିଆରି କଲା ରେଲୱେ, ପାଖକୁ ଆସିଲେ ବାଜି ଉଠିବ ଆଲାର୍ମ

କରୋନା ମହାମାରୀ ମଧ୍ୟରେ ଦକ୍ଷିଣ ରେଲୱେର ଜଣେ ସିଗ୍‌ନାଲ ଆଣ୍ଡ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟର ଏକ ଏଭଳି ଡିଭାଇସ୍‌ ତିଆରି କରିଛନ୍ତି ଯାହା ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖବାକୁ ମନେ ପକାଇବ। ଏହି ଡିଭାଇସ୍‌ କମ୍‌ ସେ କମ୍‌ ତିନି ମିଟର ଦୂରତା ବଜାୟ ରଖିବାରେ ସାହାଯ୍ୟ କରିବ। ଡିଭାଇସଟି ଏତେ ଛୋଟ ଯେ ପର୍ସରେ ବି ସହଜରେ ରହିପାରିବ। ଏହାକୁ ଘଣ୍ଟାରେ ମଧ୍ୟ ଲଗାଇ ହେବ ବୋଲି ତିଆରି କରିଥିବା ଇଞ୍ଜିନିୟର କହିଛନ୍ତି।

ଦକ୍ଷିଣ ରେଲୱେ ତ୍ରିବେନ୍ଦ୍ରମ୍‌ର ସିନିୟର ଡିଭିଜନାଲ ସିଗ୍‌ନାଲ ଆଣ୍ଡ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟର ଆର ଦିନେଶ ଜୁନିଅର ଇଞ୍ଜିନିୟର ଆର ନିଧିଜଙ୍କ ସହ ମିଶି ଏହି ନିଆରା ଡିଭାଇସ୍‌ ତିଆରି କରିଛନ୍ତି। ଦିନେଶ କହିଛନ୍ତି ଯେ ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଡିଭାଇସ୍‌ ତିଆରି କରାଯାଇଛି। ଏହି ଡିଭାଇସ୍‌ ବ୍ୟବହାର କରୁଥିବା ୨ କିମ୍ବା ଅଧିକ ବ୍ୟକ୍ତି ଯଦି ପରସ୍ପରର ୨-୩ ମିଟର ପାଖକୁ ଆସନ୍ତି ତେବେ ଡିଭାଇସ୍‌ରୁ ଏକ ଧ୍ୱନି ବାହାରି ଚେତାବନୀ ଦେବ। ଯେତେବେଳେ ଯାଏଁ ବ୍ୟକ୍ତି ଦ୍ୱୟ ପରସ୍ପରଠାରୁ ୨-୩ ମିଟର ଦୂରକୁ ଯାଇନାହାନ୍ତି ଏହି ମେସିନ୍‌ରୁ ଏହିଭଳି ସାଇରନ୍‌ ବାଜୁଥିବ। ଏହି ମେସିନ୍‌ର ଓଜନ ପ୍ରାୟ ୩୦ ଗ୍ରାମ୍‌। ଏହି ଉପକରଣ ଲୋକଙ୍କ ଉପସ୍ଥିତି ଜାଣିବା ପାଇଁ ରେଡିଓ ଫ୍ରିକ୍ୱେନ୍ସି ବ୍ୟବହାର କରୁଛି। ମାତ୍ର ଏଥିପାଇଁ ଉଭୟ ବ୍ୟକ୍ତି ଏହି ମେସିନ୍‌ ପିନ୍ଧିଥିବା ଆବଶ୍ୟକ।

Railway staff brush up on social distancing etiquette - The Hindu

ଏ ନେଇ ଦିନେଶ କହିଛନ୍ତି ଯେ ଏହି ଡିଭାଇସ୍‌ର ସଫଳତାପୂର୍ବକ ପରୀକ୍ଷଣ ସରିଛି। ଏହାକୁ ଅନ୍ୟ ଜୋନ୍‌କୁ ଦିଆଯିବାକୁ ମଧ୍ୟ ଯୋଜନା ହେଉଛି। ସେ କହିଛନ୍ତି ଯେ ରେଳମିତ୍ର ନାମକ ଏକ ରୋବର୍ଟ ମଧ୍ୟ ସେ ତିଆରି କରିଛନ୍ତି। ଏହି ରୋବର୍ଟ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଡିସିନ୍‌, ଖାଦ୍ୟ, ପାଣି ଆଦି ଯୋଗାଇବ। କରୋନା ମୁକାବିଲା ପାଇଁ ଏହି ରୋବର୍ଟ ସାହାଯ୍ୟ କରିବ ବୋଲି କହିଛନ୍ତି ଦୁଇ ଇଞ୍ଜିନିୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.