ସୁନା ମୂଲ୍ୟରେ ଆସିଛି ଏକ ବଡ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ନୂଆ ଦର

ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ମୂଲ୍ୟବାନ ଧାତୁ ସୁନା ମୂଲ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି ।ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୪୧୦ ଟଙ୍କାରେ ସ୍ଥିର ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ୪୭,୪୧୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି । ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୧,୪୭୦ ଟଙ୍କା ଓ ୪୭,୧୯୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଅନ୍ୟପକ୍ଷରେ, ଦେଶର ପ୍ରମୁଖ ସହର ମାନଙ୍କରେ ବି ଗୁରୁବାର ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାଯାଇଛି । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇ ସହରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୪୧୦ ଟଙ୍କା ଓ ୪୭,୪୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୧୧୦ ଟଙ୍କା ଓ ୪୭,୯୧୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୪୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୧୯୦ ଟଙ୍କା । ସେପଟେ ପୂର୍ବ ଭାରତର ପ୍ରମୁଖ ସୁନା ବଜାର ଭାବେ ଜଣା କୋଲକାତାରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୪୯,୮୪୦ ଟଙ୍କା ଓ ୪୮,୨୬୦ ଟଙ୍କା ଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ, ସୁନା ପରି ରୂପା ମୂଲ୍ୟରେ ବି ଗୁରୁବାର ଏକ ବଡ ଧରଣର ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ଦିନ ଯାକ ହ୍ରାସ ବୃଦ୍ଧି ପରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୫୧,୯୧୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଦିନ ଏହି ଦର ୫୦,୦୩୦ ଥିବା ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.