ବିହାର ଏନଡିଏର ସିଟ୍ ବୁଝାମଣା

ବିହାର ଏନଡିଏର ସିଟ୍ ବୁଝାମଣା । ୧୭ଟି ସିଟରେ ବିଜେପି, ୧୭ ସିଟରେ ଜେଡିୟୁ ଏବଂ ୬ଟି ସିଟରେ ଲଢିବ ଏଲଜେପି । ଏଲଜେପି ନେତା ରାମବିଳାଶ ପାଶ୍ୱାନ ରାଜ୍ୟସଭାକୁ ଯିବେ । ଏ ନେଇ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନଡିଏ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିହାରରେ ଏନଡିଏ ମେଣ୍ଟ ମଧ୍ୟରେ ସିଟ୍ ବୁଝାମଣା ନେଇ ଟଣା ଓଟରା ଚାଲିଥିଲା ।

nda ଏ ନେଇ ଗତକାଲି ଅମିତ ଶାହଙ୍କୁ ନୀତିଶ କୁମାର ଭେଟି ଆଲୋଚନା କରିଥିଲେ । ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ରାମବିଳାସ ପାସଓ୍ଵାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ଫର୍ମୁଲା ବାହାରିଥିବା କୁହାଯାଉଛି । ବିହାରରେ ମହାମେଣ୍ଟ ସହ ଏନଡିର ମୁକାବିଲା ହେବ । ମହାମେଣ୍ଟରେ ରହିଛନ୍ତି କଂଗ୍ରେସ, ଆରଜେଡି, ଜିତନ୍ ରାମ ମାଞ୍ଝୀଙ୍କ ‘ହମ୍’ ଓ ଉପେନ୍ଦ୍ର କୁଶଓ୍ଵାଙ୍କ ଦଳ ଆରଏଲଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.