Below header

ରଖିଲେ ହରି ମାରିବ କିଏ: ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ବାଇକ୍, ହେଲେ ବଞ୍ଚିଗଲେ ଚାଳକ

ମୁମ୍ବାଇ: ରଖିଲେ ହରି ମାରିବ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ । ରେଳ ଟ୍ରାକ୍ ପାର୍ ହେଉଥିବାବେଳେ ମାଡି ଆସିଲା ରାଜଧାନୀ ଏକ୍ସପ୍ରେସ୍ । ହେଲେ ବର୍ତ୍ତିଗଲା ଜୀବନ। ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ମୋଟର ସାଇକେଲ।କିନ୍ତୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ବାଇକ ଆରୋହୀ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସିସିଟିଭିର ଭିଡିଓ ଲୋମଟାଙ୍କୁରେଇ ଦେଇଛି। ମୁମ୍ବାଇରେ ଗତ ୧୨ ତାରିଖରେ ଘଟଣା ଘଟିଥିବା ଜଣାପଡିଛି।

ରେଳ ଆସୁଥିବା ଜାଣି ମଧ୍ୟ ରେଳ ଧାରଣା ପାର ହେବାକୁ ଦ୍ରୁତ ଗତିରେ ଯାଉଥିଲେ ବାଇକ ଆରୋହୀ। କିନ୍ତୁ ରେଳ ଧାରଣା ପାର ହୋଇନପାରି ସେଠାରେ ବାଇକ ଅଟକି ଯାଇଥିଲା। ଦ୍ରୁତ ଗତିରେ ଆଉଥିବା ରାଜଧାନୀ ଏକ୍ସପ୍ରେସ ଧକ୍କାରେ ବାଇକ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ବାଇକ ଆରୋହୀଙ୍କ ଠାରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.