ବିଦେଶ ଯାଇଛନ୍ତି ଆଉ ନିଜ ପାସପୋର୍ଟ ହଜାଇଛନ୍ତି ତେବେ କିପରି ସେଠାରୁ ଫେରିବେ ?

ବିଦେଶକୁ ଯାଇଛନ୍ତି କି ତେବେ ଆପଣଙ୍କୁ ଜଣାଥିବ ପାସପୋର୍ଟ ଏଥିପାଇଁ କେତେ ଜରୁରୀ । ଆପଣ ସବୁ ହଜାଇ ଦିଅନ୍ତୁ କିନ୍ତୁ ଏହି ପରିଚୟ ପତ୍ର ଖଣ୍ଡିକକୁ ଆପଣ ଅତି ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ଆପଣଙ୍କୁ ଜଣାଥାଏ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ଖାସ କରି ନିଜ ଦେଶକୁ ପେରିବା ପାଇଁ । ଯେତେବେଳେ ଆପଣ ବିଦେଶକୁ ଯାଆନ୍ତି କେବଳ ଆପଣଙ୍କ ପାଇଁ ନୁହେଁ ସେଠାରେ ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ଆପଣଙ୍କର ପାସପୋର୍ଟ । ବିଦେଶ ଯିବା ପାଇଁ ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କେବଳ ଯାତାୟାତ ପାଇଁ ନୁହେଁ ବରଂ ସେଠାରେ ଆପଣଙ୍କ ପାସପୋର୍ଟ ଆପଣଙ୍କର ପରିଚୟ ଅଟେ । ଧରିନିଅନ୍ତୁ ଯଦି ଆପଣ ସେଠାରେ କେଉଁଠି ବି ନିଜ ପାର୍ସପୋର୍ଟ ହଜାଉଛନ୍ତି ତେବେ କଣ ହେବ । ଆପଣ କେମିତି ନିଜ ଦେଶକୁ ଫେରିବେ । କାରଣ ଏହାବିନା ଆପଣ ଫେରିପାରିବେ ନାହିଁ । ତେଣୁ ଏଭଳି ପରିସ୍ଥିତିରେ କଣ କରିବେ, ଜାଣନ୍ତୁ ।

ଏ ପରିସ୍ଥିତିରେ ପ୍ରଥମେ ଆପଣ ଡରିବେ ନାହିଁ । ଆପଣଙ୍କୁ ସେହି ଦେଶର ପୋଲିସ ଷ୍ଟେସନକୁ ଯିବାକୁ ପଡିବ । ଯେମିତି ଆପଣ ନିଜ ଦେଶରେ କରନ୍ତି । ସେଠାରେ ଯାଇ ହଜିଯାଇଥିବା ପାସପୋର୍ଟର ଅଭିଯୋଗ ଦାଖଲ କରିବାକୁ ହେବ । ଥରେ ଆପଣ ଅଭିଯୋଗ ଦାଖଲ କରିବା ପରେ ଆପଣଙ୍କୁ ସେହି ଦେଶରେ ଭାରତର ଦୂତାବାସ ଏଜେନ୍ସି ଖୋଜିବାକୁ ପଡିବ ଓ ଯୋଗାଯୋଗ କରିବାକୁ ପଡିବ । ପରେ ପରେ ଏହାର ପଞ୍ଜିକରଣ କରିବାକୁ ପଡିବ । ଆପଣଙ୍କ ସୂଚନା ଦେବାକୁ ହେବ । ଏହାପରେ ସେଠାରେ ଆପଣଙ୍କ କାମ ସରିଯାଏ ।

ଆପଣ ଏଠାରେ ଦ୍ୱିତୀୟ ପାସପୋର୍ଟ ପାଇଁ ଆବେଦନ କରିପାରିବେ । ବିଦେଶରୁ ଫେରିବା ସମୟରେ ଯଦି ଅଧିକ ସମୟ ବାକି ଅଛି ତେବେ ଦୂତାବାସ ଆପଣଙ୍କ ସ୍ଥାନାନ୍ତର ପାସପୋର୍ଟ ପ୍ରସ୍ତୁତ କରେ । ଯାହା ନିଜ ଦେଶରୁ ତିଆରି ହେବା ପରେ ହିଁ ସେହି ସ୍ଥାନକୁ ଯାଏ । ତଥାପି ଏ ପ୍ରକ୍ରିୟା କିଛି ଦିନ ନେଇଯାଏ ।

ଧରିନିଅନ୍ତୁ ଆପଣଙ୍କ ପାସପୋର୍ଟ ଆଜି ହଜିଛି ତେବେ ଆଫଣଙ୍କୁ ପ୍ରାୟ ୧ମାସ ପରେ ବିଦେଶରୁ ଫେରିବାକୁ ପଡିବ । ତେବେ ଦୂତାବାସରୁ ଦ୍ୱିତୀୟ ପାସପୋର୍ଟ ତିଆରି କରିବାର ବ୍ୟବସ୍ଥା କରାଯିବ । ସେହି ସମୟରେ ଯଦି ଆପଣଙ୍କ ପାଖରେ ଗୋଟିଏ କି ୨ଦିନ ସମୟ ଥାଏ ତେବେ ଆପଣଙ୍କୁ ଦୂତାବାସରୁ ଏକ ଜରୁରୀକାଳିନ ପ୍ରାମଣପତ୍ର ଦିଆଯିବ ଯାହାମାଧ୍ୟମରେ ଆପଣ ବିଦେଶରୁ ଫେରିପାରିବେ । ଏହାପରେ ନିଜ ଦେଶରେ ଏକ ନୂତନ ପାସପୋର୍ଟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.