Below header

ଆଜିଠୁ ଦିଲ୍ଲୀରେ ବିଜେପି ଜାତୀୟ ପରିଷଦ ବୈଠକ

ଆଜିଠୁ ଦୁଇ ଦିନ ଧରି ଦିଲ୍ଲୀରେ ବିଜେପି ଜାତୀୟ ପରିଷଦ ବୈଠକ । ପ୍ରାର୍ଥୀ ଚୟନ ସହ ଅନ୍ୟାନ୍ୟ ରଣନୀତି ପ୍ରସ୍ତୁତ କରାଯିବ। ବୈଠକରେ ଓଡିଶାରୁ ୩ଶହ ଜଣ ପ୍ରତିନିଧି ଏଥିରେ ଯୋଗ ଦେବେ । ବିଜେପିର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ସମ୍ପାଦକମାନେ ବୈଠକରେ ଉପସ୍ଥିତ ରହିବେ । ଦିଲ୍ଲୀ ରାମଲୀଳା ମୈଦାନରେ ଏହି ବୈଠକ ହେବ ।

ସାରା ଦେଶରୁ ୧୨ହଜାର ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀ ଏବଂ ପଦାଧିକାରୀଙ୍କୁ ଉଦବୋଧନ ଦେବେ । ୨୦୧୯ ନିର୍ବାଚନ ପୂର୍ବରୁ ଏହି ଜାତୀୟ ପରିଷଦ ବୈଠକ ବେଶ ଗୁରୁତ୍ୱପୁର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.