୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆସିଲା BJPର ପ୍ରଭାରୀ ତାଲିକା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ଦାୟିତ୍ୱ

ନୂଆଦିଲ୍ଲୀ(କେନ୍ଯୁଜ୍): ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପିର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଘୋଷଣା କରିଛନ୍ତି ।

ସେହିପରି ଅନୁରାଗ ଠାକୁର, ଅର୍ଜୁନରାମ ମେଘବାଲ, ବିବେକ ଠାକୁର, କ୍ୟାପଟେନ ଅଭିମନ୍ୟୁଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ । ସେହିପରି ପ୍ରହ୍ଲାଦ ଯୋଶୀଙ୍କୁ ଉତ୍ତରାଖଣ୍ଡ, ଭୂପେନ୍ଦ୍ର ଯାଦବଙ୍କୁ ମଣିପୁର ଦାୟିତ୍ୱ, ଗଜେନ୍ଦ୍ର ସିଂ ଶେଖାଓ୍ଵତ୍‌ଙ୍କୁ ପଞ୍ଜାବ ଓ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଗୋଆ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.