Below header

ବଢିଲା ଶ୍ରୀଜୀଉଙ୍କ ଦର୍ଶନ ଅବଧି: ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ, ଶନିବାର ବି ଖୋଲା

ପୁରୀ(କେନ୍ଯୁଜ୍): ଏଣିକି ଭକ୍ତଙ୍କ ପାଇଁ ଶନିବାର ଖୋଲାରହିବ ଶ୍ରୀମନ୍ଦିର। ସାନିଟାଇଜ୍‌ ପାଇଁ କେବଳ ରବିବାର ବନ୍ଦ ରଖାଯିବ। ଏହାସହ ବଢିଛି ଶ୍ରୀଜୀଉଙ୍କ ଦର୍ଶନ ଅବଧି । ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଥିଲା । ଶ୍ରୀମନ୍ଦିର ଦର୍ଶନକୁ ନେଇ ଜାରି ହୋଇଛି ନୂଆ SOP।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିଲା। ଏବେ ସେପ୍‌ଟେମ୍ବର ଗାଇଡ୍‌ଲାଇନ୍‌ରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ହଟିବା ପରେ ଶନିବାର ଭକ୍ତଙ୍କୁ ଦର୍ସନ ଅନୁମତି ମିଳିବ। ନିଳାଦ୍ରୀ ଭକ୍ତ ନିବାସରେ ଆୟୋଜିତ ବୈଠକରେ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.