Below header

ବଢ଼ିବ ମୂର୍ତ୍ତି ଉଚ୍ଚତା ! ରାଜ୍ୟ ସରକାର-ପୂଜା କମିଟି ଆଲୋଚନା ସକାରାତ୍ମକ, ୨ଦିନ ମଧ୍ୟରେ ନିଷ୍ପତ୍ତି

(କେନ୍ୟୁଜ): ରାଜ୍ୟ ସରକାର ଓ ପୂଜା କମିଟି ମଧ୍ୟରେ ଆଲୋଚନା ସକରାତ୍ମକ । ପାର୍ବଣରେ କେତେ ରହିବ ମୂର୍ତ୍ତି ଉଚ୍ଚତା। ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ସରକାର। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଅନୁମତି ମିଳିବ କି ନାହିଁ। କରୋନା ସ୍ଥିତି ଦେଖି ସେନେଇ ମଧ୍ୟ ବିଚାର କରାଯିବ। ପୂଜା ବେଳେ ପରିସ୍ଥିତି ଦେଖି ମଣ୍ଡପରେ ଦର୍ଶନ ନିଷ୍ପତ୍ତି ନିଆଯିବ । କଟକ ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ପୂଜା କଟକଣା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ବୈଠକ ବସି ଆଲୋଚନା କରାଯାଇଥିଲା।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ। କଟକ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଚଳିତବର୍ଷ କରୋନା କଟକଣାରେ ପୂଜା ଆୟୋଜନକୁ ସରକାର ଅନୁମତି ଦେଇଛନ୍ତି । ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଯାହାକୁ ବିରୋଧ କରୁଛନ୍ତି ବିଭିନ୍ନ ପୂଜା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.