Browsing Tag

jagannath temple in puri

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ବତନ୍ତ୍ର…

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି।  ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୩୦ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ…

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ, ମିଳିଲା ଅନୁମତି

ପୁରୀ (କେନ୍ୟୁଜ): ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ଯବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ ସୁବିଧାରେ…

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା: ପ୍ରାଥମିକ ପର୍ଯ୍ୟାୟରେ ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା । ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଦ୍ୱାରା ଆରମ୍ଭ ହୋଇଛି ତଦନ୍ତ । ପ୍ରାଥମିକ ପର୍ଯ୍ୟାୟରେ ରୋଷଘର ସହ ସଂପୃକ୍ତ ଥିବା ୪ଜଣ ପ୍ରମୁଖ ସେବକଙ୍କୁ ପଚରାଉଚରା କରାଯାଇଛି ।…

ବଢିଲା ଶ୍ରୀଜୀଉଙ୍କ ଦର୍ଶନ ଅବଧି: ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ, ଶନିବାର ବି ଖୋଲା

ପୁରୀ(କେନ୍ଯୁଜ୍): ଏଣିକି ଭକ୍ତଙ୍କ ପାଇଁ ଶନିବାର ଖୋଲାରହିବ ଶ୍ରୀମନ୍ଦିର। ସାନିଟାଇଜ୍‌ ପାଇଁ କେବଳ ରବିବାର ବନ୍ଦ ରଖାଯିବ। ଏହାସହ ବଢିଛି ଶ୍ରୀଜୀଉଙ୍କ ଦର୍ଶନ ଅବଧି । ସକାଳ ୭ଟାରୁ ରାତି ୯ଟା ଯାଏ ମିଳିବ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଥିଲା । ଶ୍ରୀମନ୍ଦିର…

ଶ୍ରୀମନ୍ଦିର ଗର୍ଭ ଗୃହ ଭିତରେ ପଶି ଦର୍ଶନ କଲେ ଭକ୍ତ ! ଅଟକ ରଖି ପଚରାଉଚରା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଗର୍ଭ ଗୃହ ଭିତରକୁ ପ୍ରବେଶ କଲେ ଭକ୍ତ। ଭିତରେ ପଶି ଦର୍ଶନ କଲେ। ମଙ୍ଗଳ ଆଳତି ନୀତି ପରେ ଧୁକୁଡି ଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କଲେ ଉତ୍ତରପ୍ରଦେଶରୁ ଆସିଥିବା ଏହି ଭକ୍ତ। ଶ୍ରୀମନ୍ଦିର ଗାରଦରେ ଭକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି।…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ: ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ…

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ…

ଆସନ୍ତା ୧୮ରୁ ଆରମ୍ଭ ହେବ ମଳ ମାସ, ଖୋଲିବ ଶ୍ରୀମନ୍ଦିର ଭିତରେ ବର୍ଷ ତମାମ ବନ୍ଦ ରହୁଥିବ ପୁରୁଷୋତ୍ତମଙ୍କ ମନ୍ଦିର

ପୁରୀ: ଆରମ୍ଭ ହେବ ମଳ ମାସ । ଆସନ୍ତା ୧୮ ତାରିଖରୁ ଏହି ମାସ ଆରମ୍ଭ ହେବାକୁ ଯାଉଛି। ଶ୍ରୀକ୍ଷେତ୍ରରେ ମଳମାସ ପୁରୁଷୋତ୍ତମ ମାସ ଭାବେ ପରିଚିତ । ଏହି ମାସର ଅନେକ ବିଶେଷତ୍ୱ ରହିଛି । ଶ୍ରୀମନ୍ଦିର ଭିତରେ ବାଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ପୁରୁଷୋତ୍ତମ ମନ୍ଦିର ବର୍ଷ ତମାମ ବନ୍ଦ ରହିଥାଏ…