ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ, ମିଳିଲା ଅନୁମତି

ପୁରୀ (କେନ୍ୟୁଜ): ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ଯବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ ସୁବିଧାରେ ଦର୍ଶନ ସୁଯୋଗ ଦେବା ପାଇଁ ପଶ୍ଚିମଦ୍ୱାର ନିକଟରେ ସ୍ଥାୟୀ ସେଡ୍‌ ର୍ନିମାଣ ଆରମ୍ଭ ହୋଇଛି ।ମେ ୩ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାକୁ ଥିବାରୁ ବଡଦାଣ୍ଡରେ ଗହଳିକୁ ହ୍ରାସ କରିବା ପାଇଁ ପଶ୍ଚିମ ଦ୍ୱାରପଟୁ ଦର୍ଶନ ଆରମ୍ଭ ହୋଇଛି।

ଦକ୍ଷିଣଦ୍ୱାରରୁ ପଶ୍ଚିମ ଦ୍ୱାରକୁ ଏହି ସେଡ୍‌ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ଦକ୍ଷିଣ ଦ୍ୱାରରୁ ର୍ନିମାଣାଧୀନ ଏହି ସେଡ୍‌ ଦେଇ ଛଡାଯାଉଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଚାରିଦ୍ୱାରରୁ ଛାଡିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରୁ ଭକ୍ତଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଛାଡିବା ପାଇଁ ନିଷ୍ପତ୍ତି ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.