ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ କେନ୍ଦ୍ରାପଡ଼ା ଏଏସ୍‌ଆଇ

କେନ୍ଦ୍ରାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସଦର ଥାନା ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ର । ଏକ କେଶ ର ଚାର୍ଜସିଟ ଦେବା ପାଇଁ ୭ ହଜାର ଦାବି କରିଥିଲେ। ଏହି ଅର୍ଥ ନେବା ବେଳେ ପୃଥ୍‌ୱୀରାଜକୁ କାବୁ କରି କରିଥିଲେ ଭିଜିଲାନ୍ସ ଟିମ। କଟକରୁ ୯ ଜଣିଆ ଭିଜିଲାନ୍ସ ଟିମ ଆସି ଏ ଏସ ଆଇଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ। ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ରଙ୍କ ସରକାରୀ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରି ବିଭିନ୍ନ ବ୍ଯାଙ୍କର ପାସ ବୁକ,ଏକାଧିକ ଜମି ପଟା ଓ ଅନ୍ଯାନ୍ଯ କାଗଜ ପତ୍ର ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.