ପାକିସ୍ତାନରେ ବ୍ୟାନ୍‌ ହେଲା X, ଜାଣନ୍ତୁ କାହିଁକି ନିଆଗଲା ଏଭଳି ପଦକ୍ଷେପ

ସମଗ୍ର ଦୁନିଆରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅନେକ ୟୁଜର୍ସ ଥିବାବେଳେ ପାକିସ୍ତାନରେ ଏହାକୁ ବ୍ୟାନ୍‌ କରାଯାଇଛି । ଯାହା ପରେ ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି ।

ପାକିସ୍ତାନରେ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର)କୁ ବ୍ୟାନ୍‌ କରାଯାଇଛି । ସମଗ୍ର ଦୁନିଆରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅନେକ ୟୁଜର୍ସ ଥିବାବେଳେ ପାକିସ୍ତାନରେ ଏହାକୁ ବ୍ୟାନ୍‌ କରାଯାଇଛି । ଯାହା ପରେ ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି । ତେବେ ଏଭଳି ପଦକ୍ଷେପ କାହିଁକି ନିଆଯାଇଛି ଆସନ୍ତୁ ଜାଣିବା ।

ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ସରକାର ଫେବୃଆରୀରେ X ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ସରକାର ଏହି ବ୍ୟାନ୍‌କୁ ଅଫିସିଆଲ ଭାବେ କନଫର୍ମ କରିଛନ୍ତି । ତେବେ ପାକିସ୍ତାନର ସିନ୍ଧ ହାଇକୋର୍ଟ (SHC) ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ମାଇକ୍ରୋ ବ୍ଲଗିଂ ସାଇଟ୍ X ଉପରେ ଥିବା ପ୍ରତିବନ୍ଧକକୁ ରଦ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ କୋର୍ଟ ପାକିସ୍ତାନ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ଏହି ପ୍ରତିବନ୍ଧକ ହଟାଇବାକୁ କହିଛନ୍ତି ।

ପାକିସ୍ତାନ ସରକାରଙ୍କ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଏକ ଆଫିଡେଭିଟ୍ ଅନୁଯାୟୀ, X ପ୍ଲାଟଫର୍ମର ଅପବ୍ୟବହାରକୁ ନେଇ ଜାତୀୟ ସୁରକ୍ଷା ସମସ୍ୟାର ସମାଧାନ କରିବାରେ X ବିଫଳ ହେବା କାରଣରୁ ଏହି ପ୍ରତିବନ୍ଧକ ଜରୁରୀ ହୋଇପଡିଛି । ବର୍ତ୍ତମାନ ସୁଦ୍ଧା X ଏହି ମାମଲାରେ କୌଣସି ସୂଚନା ଜାରି କରିନାହିଁ ।

ଚଳିତ ବର୍ଷ ଫେବୃଆରୀ ମାସରେ ଅନେକ ପାକିସ୍ତାନୀ ୟୁଜର୍ସ X ବ୍ୟବହାର କରିପାରୁ ନଥିବା ପ୍ରକାଶ କରିଥିଲେ । ଅର୍ଥାତ ଚଳିତ ବର୍ଷ ଫେବୃଆରୀ ୨୦୨୪ରେ X ଚାଲୁ ନଥିଲା । ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୦୨୪ ପର ଠାରୁ ଟ୍ୱିଟର (X) ପାକିସ୍ତାନରେ କାମ କରୁନାହିଁ । ପାକିସ୍ତାନରେ ଲାଗୁ ହୋଇଥିବା ଏହି ବ୍ୟାନ୍‌ ନିଶ୍ଚିତ କରୁଛି ଯେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଦୀର୍ଘ ସମୟ ଧରି ବ୍ୟାନ୍‌ ରହିଛି । ଅନେକ ୟୁଜର୍ସ ମଧ୍ୟ ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ (VPN)ରେ X ଉପରେ ଲାଗିଥିବା ବ୍ୟାନକୁ ନିଶ୍ଚିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.