ଶ୍ରୀମନ୍ଦିର ଗର୍ଭ ଗୃହ ଭିତରେ ପଶି ଦର୍ଶନ କଲେ ଭକ୍ତ ! ଅଟକ ରଖି ପଚରାଉଚରା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଗର୍ଭ ଗୃହ ଭିତରକୁ ପ୍ରବେଶ କଲେ ଭକ୍ତ। ଭିତରେ ପଶି ଦର୍ଶନ କଲେ। ମଙ୍ଗଳ ଆଳତି ନୀତି ପରେ ଧୁକୁଡି ଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କଲେ ଉତ୍ତରପ୍ରଦେଶରୁ ଆସିଥିବା ଏହି ଭକ୍ତ।

ଶ୍ରୀମନ୍ଦିର ଗାରଦରେ ଭକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି। ଗର୍ଭଗୃହରେ ଭକ୍ତଙ୍କ ପ୍ରବେଶ ଉପରେ କଡା କଟକଣା ରହିଛି।