Below header

ସ୍ୱାଗତ ସମାରୋହରେ ଅଘଟଣ, ବିଜେପି ଅଧ୍ୟକ୍ଷଙ୍କ ହାତରୁ କଟି ଅଲଗା ହେଲା ଆଙ୍ଗୁଠି

ସ୍ୱାଗତ ସମାରୋହ ସାଜିଲା ଦୁର୍ଭାଗ୍ୟ ସାମରୋହ । ବିଜେପି ଅଧ୍ୟକ୍ଷଙ୍କ ହାତରୁ କଟି ଅଲଗା ହୋଇଗଲା ଆଙ୍ଗୁଠି । ଉତ୍ତରପ୍ରଦେଶ ବିଜେପି ଅଧ୍ୟକଙ୍କୁୁ ହସ୍ପିଟାଲ ପହଂଚାଇଛି ସ୍ୱାଗତ ସମାରୋହ । ଆଜି ମୁଜଫରନଗରରେ ଅନୁଷ୍ଠିତ ସ୍ୱାଗତ ସମାରୋହରେ ଯୋଗଦେବାକୁ ପହଂଚିଥିଲେ ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ । ତେବେ ଏହି ସମୟରେ କିଛି ମହିଳା କର୍ମକର୍ତ୍ତାଙ୍କ ଅନୁରୋଧ ରକ୍ଷା କରି ଗାଡିରୁ ଓହ୍ଲାଇବା ବେଳେ ତାଙ୍କ ଆଙ୍ଗୁଠିରେ ଏକ ଲୁହା ପଶିଯାଇଥିଲା । ଯାହା ଫଳରେ ସେ ଲହୁଲୁହାଣ ହୋଇଯାଇଥିଲେ । ତେବେ ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୂତାବକ ଏବେ ଅସ୍ତ୍ରୋପଚାର ପରେ ହିଁ ସ୍ୱତନ୍ତ୍ର ଦେବଙ୍କ ଆଙ୍ଗୁଠି ଠିକ୍‌ ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.