ଜାଣନ୍ତୁ ଏକ ସ୍ୱତନ୍ତ୍ର ଦ୍ବୀପ ବିଷୟରେ ଯେଉଁଠି ରହିବା ପାଇଁ ସରକାର ଦିଅନ୍ତି ମାଗଣାରେ ଘର ଆଉ ମାସିକ ୪୦ ହଜାର ଟଙ୍କା

ସହର ଏବଂ ଗାଁ ବ୍ୟତୀତ ଦୁନିଆରେ କିଛି ଏପରି ସ୍ଥାନ ରହିଛି ଯେଉଁଠି ଲୋକମାନେ ବସବାସ କରିପାରିବେ । ଏପରି ଏକ ସ୍ଥାନ ଅଛି ଗ୍ରୀସରେ । ଏଠାକାର ଏକ ସୁନ୍ଦର ଦ୍ବୀପ ମଧ୍ୟରେ ଜନସଂଖ୍ୟା ବଢାଇବା ପାଇଁ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ଅଫର । ଏହି ଆଇଲ୍ୟାଣ୍ଡରେ ରହିବା ପାଇଁ ସରକାର ଲୋକମାନଙ୍କୁ ମାଗଣାରେ ଘର ଏବଂ ମାସିକ ୪୦ ହଜାର ଟଙ୍କା ଯୋଗାଇ ଦେବେ ।

ଏହି ଆଇଲ୍ୟାଣ୍ଡର ନାମ ହେଉଛି ଏଣ୍ଟିକାଇଥେରା । ଯାହାକି ନିଜର ପରିଷ୍କାର ପାଣି ଏବଂ ଉତ୍ତମ ଶିଳା ପାଇଁ ସାରା ଦେଶରେ ପରିଚିତ । ୨୦ ବର୍ଗ କିଲୋମିଟର ବିସ୍ତୃତ ଏହି ଦ୍ଵିପରେ ମାତ୍ର ୨୪ ଜଣ ଲୋକ ବାସକରନ୍ତି ।

ସୂଚନା ଅନୁଯାୟୀ ଏହି ଆଇଲ୍ୟାଣ୍ଡରେ ରହିବା ପାଇଁ ସରକାର ଦେଇଥିବା ଅଫରକୁ ଲୋକମାନେ ପସନ୍ଦ କରିଛନ୍ତି । କିଛିଲୋକ ଏଠାରେ ରହିବା ପାଇଁ ଆବେଦନ ମଧ୍ୟ କରିସାରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦ୍ବୀପରେ ବିଦ୍ୟାଳୟ ମଧ୍ୟ ରହିଛି ଯାହାକି କମ ପିଲା କାରଣରୁ ବନ୍ଦ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ପୁଣିଥରେ ଖୋଲା ଯାଉଛି ।

ଯେଉଁ ଲୋକମାନେ କୃଷିକାର୍ଯ୍ୟ, ମାଛଚାଷ ଏବଂ ଘର ନିର୍ମାଣ କାର୍ଯ୍ୟ ସହ ଜଡିତ ସେହି ଲୋକମାନଙ୍କୁ ସରକାର ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରୁଛନ୍ତି । କାରଣ ଏହା ଏପରି ଏକ ସ୍ଥାନ ଯେଉଁଠି ଲୋକମାନେ ବହୁତ ଭଲ ରୋଜଗାର କରିପାରିବେ । ପ୍ରଥମେ ସରକାର ଏଠାରେ ବସବାସ କରିବାକୁ ଆସୁଥିବା ଲୋକମାନଙ୍କୁ ଲଗାତାର ୩ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦ୟୁରୋ ବା ପାଖାପାଖି ୪୦,୦୦୦ଟଙ୍କା ଦେବେ ।

ଏହାସହ ପଢନ୍ତୁ ଭାରତର ରହସ୍ୟମୟୀ କିଲ୍ଲା, ଯେଉଁଠି ୩୫୦ ବର୍ଷ ପୂର୍ବରୁ ରହସ୍ୟାବୃତ୍ତ ହୋଇ ରହିଛି ‘ପୋଖରି ପାଣି’

ଏହି ଦ୍ଵୀପରେ ରହିବା ପାଇଁ ଆବେଦନ କରିଥିବା ଲୋକମାନଙ୍କୁ ସରକାରଙ୍କର କିଛି ସର୍ତ୍ତାବଳି ମାନିବାକୁ ପଡିବ ଯାହାକି ବହୁତ ସହଜ ଅଟେ । ଏହାପରେ ଯାଇ ସେହି ଲୋକମାନେ ଏଠାରେ ରହିବା ପାଇଁ ଯୋଗ୍ୟ ହେବେ । ଏହିସବୁ ସର୍ତ୍ତାବଳି ସେଠାକାର ସ୍ଥାନୀୟ ସରକାର ସ୍ଥିର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.