କନ୍ଧମାଳ: ଶୁଭାରମ୍ଭ ହେଲା ‘ଆମ କନ୍ଧମାଳ’ ଅଭିଯାନ, ଯୁବକ ଯୁବତୀଙ୍କୁ ସାମଗ୍ରିକ ସଶକ୍ତ କରିବା ଏହାର ଲକ୍ଷ୍ୟ

ଆନ୍ତର୍ଜାତିକ ଯୁବ ଦିବସ ଅବସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଫୁଲବାଣୀ ଟାଉନ୍‌ ହଲଠାରେ ‘ଆମ କନ୍ଧମାଳ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ହଜାର ହଜାର ଯୁବକ ଯୁବତୀ ସାମିଲ୍‌ ହୋଇଥିଲେ । ଏହି ଅବସରରେ ଡ. ସାମନ୍ତ ସେମାନଙ୍କୁ ସମ୍ବୋଧିତ କରି କହିଲେ, ଭାରତ ଏକ ଯୁବ ବହୁଳ ରାଷ୍ଟ୍ର ହୋଇଥିବା ବେଳେ ଏଠାରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ସୁଯୋଗ ରହିଛି । ଯୁବଗୋଷ୍ଠୀ ତାଙ୍କ ଅନ୍ତର୍ନିହିତ ଦକ୍ଷତାର ସଦୁପଯୋଗ କରିପାରିଲେ ଏହାର ସୁଫଳ ପାଇପାରିବା ସହ ଦେଶର ମଧ୍ୟ ବିକାଶ ହୋଇପାରିବ । ଯୁବଶକ୍ତି ଯଦି କୌଣସି ଉଦ୍ୟମ ନକଲେ ତାହେଲେ ଏହା ସେମାନଙ୍କ ପାଇଁ ଓ ଦେଶ ଲାଗି ବିପଦ ଆଣିଦେବ ।

ଆହୁରି ପଢନ୍ତୁ: ଜାଣନ୍ତୁ ଏକ ସ୍ୱତନ୍ତ୍ର ଦ୍ବୀପ ବିଷୟରେ ଯେଉଁଠି ରହିବା ପାଇଁ ସରକାର ଦିଅନ୍ତି ମାଗଣାରେ ଘର ଆଉ ମାସିକ ୪୦ ହଜାର ଟଙ୍କା

ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ପାଇଁ ସେ ଉତ୍ସାହିତ କରିଥିଲେ । ନିଜ ଜୀବନର ଉଦାହରଣ ଦେଇ ଡ. ସାମନ୍ତ କହିଲେ, ତୁମେମାନେ ଯଦି ତୁମର କର୍ତ୍ତବ୍ୟ କ୍ଷେତ୍ରରେ ସାଧୁତାର ନିରନ୍ତର ଉଦ୍ୟମ ଜାରି ରଖିବ, ତେବେ ଜୀବନରେ ସଫଳ ହୋଇପାରିବ। ଏହା ବ୍ୟତୀତ ପିତାମାତାଙ୍କ ଭୂମିକା ଏବଂ ପରିବାରର ବୟସ୍କଙ୍କ ଯତ୍ନ ନେବାରେ ପିଲାମାନଙ୍କ କର୍ତ୍ତବ୍ୟ ଉପରେ ଡ. ସାମନ୍ତ ଗୁରୁତ୍ୱାରୋପ କରିଥିଲେ । ସମାଜସେବା କ୍ଷେତ୍ରରେ ଯୁବକଙ୍କ ଅଦମ୍ୟ କ୍ଷମତା ରହିଛି ଓ ଯୁବକମାନେ ସେମାନେ ନିଜ ଅଞ୍ଚଳର ବିକାଶ ପାଇଁ କିଛି ସମୟ ଉପଯୋଗ କରିବାକୁ ଡ. ସାମନ୍ତ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ ।

ଆହୁରି ପଢନ୍ତୁ: ରାଜନୀତିରୁ ଆରମ୍ଭ କରି ବଲିଉଡ ଯାଏଁ, ଯେଉଁମାନଙ୍କ ଭଉଣୀ ବିଷୟରେ ଆପଣ କେବେ ବି ଜାଣିନଥିବେ

ଏହି ଅବସରରେ ସାଂସଦ ଡ. ସାମନ୍ତ କନ୍ଧମାଳର ଯୁବକ ଯୁବତୀଙ୍କ ପାଇଁ ଅନେକଗୁଡ଼ିଏ ବିକାଶମୂଳକ ଯୋଜନା ଘୋଷଣା କରିଥିଲେ । କନ୍ଧମାଳ ଜିଲ୍ଲାର ଯୁବକଯୁବତୀଙ୍କୁ ସାମଗ୍ରିକ ଭାବେ ସଶକ୍ତ କରିବା ପାଇଁ ସେ ‘ଆମ କନ୍ଧମାଳ’ ଅଭିଯାନ ଶୁଭାରମ୍ଭ କରିଥିଲେ । ସେପ୍ଟେମ୍ବର ମାସରେ ସ୍ଥାନୀୟ ଯୁବକଯୁବତୀଙ୍କ ରୋଜଗାର ପାଇଁ କନ୍ଧମାଳରେ ବ୍ୟାପକ ନିଯୁକ୍ତିମେଳା ଅନୁଷ୍ଠିତ ହେବା ସହ କନ୍ଧମାଳର ଯୁବକଯୁବତୀଙ୍କ ପାଇଁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ କନ୍ଧମାଳର ବହୁ ଯୁବକଯୁବତୀ ସାଂସଦ ଡ. ସାମନ୍ତଙ୍କ ସହିତ ରହିବାକୁ ଶପଥ ଗ୍ରହଣ କରିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କନ୍ଧମାଳର ବିକାଶରେ ଯୋଗଦାନ କରିବାକୁ ଶପଥ ନେଇଥିଲେ।