ଭାରତୀୟ ସେନାଙ୍କ ମଧ୍ୟରେ ରହିଛି ଫାଟ, ପାକିସ୍ତାନ ସାମ୍ବାଦିକଙ୍କ ଦାବିକୁ ସିଆରପିଏଫ୍‌ କଲା ଅସ୍ୱୀକାର

ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ଭିତରେ ଫାଟଥିବା ପ୍ରଚାରକୁ ଖଣ୍ଡନ କରିଛି ସିଆରପିଏଫ୍‌ । ଘାଟିରେ ମୁତୟନ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ପରସ୍ପରକୁ ସହଯୋଗ ଏବଂ ଗୋଟିଏ ମନ ନେଇ କାର୍ଯ୍ୟ କରୁଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି । କାଶ୍ମୀରର ମୁସଲିମ ପୋଲିସ କର୍ମଚାରୀ ଗୁଳିକରି ୫ ଜଣ ସିଆରପିଏଫ ଯବାନଙ୍କୁ ହତ୍ୟା କରିଥିବା ପାକିସ୍ତାନର ଜଣେ ସାମ୍ବାଦିକ କହିଥିଲେ । ଜଣେ ଗର୍ଭବତୀ ମୁସଲିମ ମହିଳାଙ୍କୁ ସିଆରିପିଏଫ ଯବାନ ବାଟ ନଛାଡିବାରୁ ଏଭଳି ହୋଇଥିବା ପାକିସ୍ତାନ ସାମ୍ବାଦିକ ଟ୍ଵିଟ୍‌ କରି ଦାବି କରିଥିଲେ । ଏହାକୁ ସିଆରପିଏଫ ପକ୍ଷରୁ ଖଣ୍ଡନ କରାଯାଇଛି । ଏହା ଭିତ୍ତିହୀନ ଏବଂ ଅସତ୍ୟ ବୋଲି ସିଆରପିଏଫ୍‌ ଟ୍ଵିଟ୍‌ କରି କହିଛି । ୟୁନିଫର୍ମର ରଙ୍ଗ ଅଲଗା ହୋଇଥିଲେ ବି ଦେଶାତ୍ମବୋଧ ଏବଂ ତ୍ରିରଙ୍ଗାର ରଂଗ ଆମ ହୃଦୟ ଭିତରେ ରହିଛି ବୋଲି ସିଆରପିଏଫ୍‌ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.