ପୁଣି ରାଜ୍ୟସଭାକୁ ଫେରିବେ ମନମୋହନ ସିଂ, କାଲି ରାଜସ୍ଥାନରୁ ଦାଖଲ କରିପାରନ୍ତି ନାମାଙ୍କନ

ପୁଣି ରାଜ୍ୟସଭାକୁ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆସନ୍ତାକାଲି ରାଜସ୍ଥାନରୁ ନାମାଙ୍କନ ଦାଖଲ କରି ପାରନ୍ତି ମନମୋହନ ସିଂହ। ମନମୋହନଙ୍କୁ ରାଜସ୍ଥାନରୁ ମନୋନିତ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବିଜେପି ସାଂସଦ ମଦନ ଲାଲ ସାଇନିଙ୍କ ଦେହାନ୍ତ ପରେ ଆସନଟି ଖାଲି ପଡିଥିଲା। ରାଜସ୍ଥାନ ବିଧାନସଭାରେ କଂଗ୍ରେସର ବହୁମତ ରହିଛି। ତେଣୁ ମନମୋହନଙ୍କ ନିର୍ବାଚନରେ କୌଣସି ଅସୁବିଧା ହେବ ନାହିଁ। ଭେଟେରାନ୍‌ କଂଗ୍ରେସ ନେତା ମନମୋହନ ସିଂହ ପ୍ରାୟ ତିନି ଦଶନ୍ଧି ଧରି ଆସାମରୁ ରାଜ୍ୟସଭା ସଦସ୍ୟ ଥିଲେ। ୧୯୯୧ରୁ ୨୦୧୯ ପର୍ଯ୍ୟନ୍ତ ଥିଲେ ସଦସ୍ୟ। ୨୦୦୪ରୁ ୨୧୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଗତ ଜୁନ୍‌ ୧୪ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିଥିଲା। କିନ୍ତୁ ଆସମରୁ କୌଣସି ଆସନ ଖାଲି ନଥିଲା। ଏହାସହ ରାଜ୍ୟରେ କଂଗ୍ରେସର ସଂଖ୍ୟା ନଥିବାରୁ ଦଳ ମନମୋହନଙ୍କୁ ରାଜ୍ୟସଭାକୁ ପଠାଇ ପାରି ନଥିଲା। ଏବେ ରାଜସ୍ଥାନରୁ ସଦସ୍ୟହେବାକୁ ଯାଉଛନ୍ତି ମନମୋହନ ସିଂହ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.