ବଲାଙ୍ଗିରରେ ବର୍ଷାର ତାଣ୍ଡବ, ଗର୍ଜିଲା ପାପନାଶିନୀ ଗଙ୍ଗା

ବଲାଙ୍ଗିରରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ। ଧସିଲା ମାଟି ଅତଡ଼ା। ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା। ବଡ଼ ବଡ଼ ପଥର ଧସିବା ସହ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା ପାଣି। ଏତେ ଜୋରରେ ପାହାଡ଼ ଉପରୁ ପାଣି ପ୍ରବାହିତ ହୋଇଥିଲା ଯେ, ଦେଖିଲେ ଭୟ ଲାଗିବ। କେହି କିଛି ବୁଝିବା ଓ ଦେଖିବା ଆଗରୁ ପାହାଡ଼ ଧସି ତଳକୁ ଖସିଥିଲା। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।