ସୁପ୍ରିମକୋର୍ଟ ପଚାରିଥିଲେ ରଘୁବଂଶର କିଏ ଦାୟାଦ ଅଛନ୍ତ କି? ବିଜେପି ନେତ୍ରୀ କହିଲେ ଆମେ କୁଶ ବଂଶଜ, କଂଗ୍ରେସ ନେତା କହିଲେ ଆମେ ଲବ ବଂଶଜ

ପ୍ରଭୁ ଶ୍ରୀରାମଙ୍କ କିଏ ବଂଶଜ ଅଛନ୍ତି କି? ରାଜସ୍ଥାନ ଜୟପୁରର ବିଜେପି ସାଂସଦ ଦୀୟା କୁମାରୀ ନିଜକୁ ରାମଙ୍କ ବଂଶଜ ବୋଲି ଦାବି କରୁଛନ୍ତି। ଅଯୋଧ୍ୟା ବିବାଦ ମାମଲାର ଶୁଣାଣି ବେଳେ ରାମଲାଲା ବିରାଜମାନଙ୍କ ପକ୍ଷ ରଖୁଥିବା ଓକିଲଙ୍କୁ ପ୍ରଶ୍ନ କରିଥିଲେ ରଘୁବଂଶଙ୍କ କିଏ ଦାୟଦ ଅଛନ୍ତି କି। ଏହାପରେ ଦୀୟା କୁମାରୀ ନିଜକୁ ରାମଙ୍କ ପୁଅ କୁଶଙ୍କ ବଂଶଜ ବୋଲି କହିଛନ୍ତି।

ram son

ଦୀୟା କୁମାରୀ ପୁରାଣପୋଥିର ଉପଲବ୍ଧ ତଥ୍ୟ ଏବଂ କିଛି ପ୍ରାଚୀନ ଦସ୍ତାବିଜ ଆଧାରରେ ସେ ଏହାକୁ ପ୍ରମାଣିତ କରି ପାରିବେ ବୋଲି କହିଛନ୍ତି। ତାଙ୍କର ଦାବି ସେ କଛୱାହ ବଂଶର। ଏହି ବଂଶକୁ ରାମଙ୍କ ପୁଅ କୁଶଙ୍କ ନାଁ ଅନୁଯାୟୀ କୁଶୱାହ ବଂଶ ବୋଲି କୁହାଯାଏ। ଏହାସହ ସେ ଏକ ପ୍ରଚୀନ ଦସ୍ତାବିଜ ଦେଖାଇଛନ୍ତି। ଯେଉଁଥିରେ ୬୨ତମ ସ୍ଥାନରେ ମହାରାଜ ଦଶରଥ, ୬୩ ତମ ସ୍ଥାନରେ ରାମ ଓ ୬୪ ତମ ସ୍ଥାନରେ କୁଶଙ୍କ ନାଁ ରହିଛି। ୩୦୭ ନମ୍ବର ସ୍ଥାନରେ ରହିଛି ମହାରାଜ ଭବାନୀ ସିଂଙ୍କ ନାଁ। ଦୀୟାଙ୍କ ବାପା ହେଉଛନ୍ତି ଭବାନୀ ସିଂ

ram banshaj

ଅନ୍ୟ ପକ୍ଷରେ ଜୟପୁର ଗୁର୍ଜର ରାଜପୁତ ଗୋତ୍ର ସତ୍ୟନ୍ଦ୍ର ସିଂହ ରାଘବ ମଧ୍ୟ ଶ୍ରରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି। ରବିବାର ଦିନ କଂଗ୍ରେସର ମୁଖପାତ୍ର ତଥା ରାଜସ୍ଥାନ ସରକାରର ବରିଷ୍ଠ ଅଧିବକ୍ତା ସତ୍ୟନ୍ଦ୍ର ସିଂହ ରାମଙ୍କ ବଡ ପୁଅ ଲବଙ୍କ ବଂଶଜ ବୋଲି ଦାବି କରିଛନ୍ତି। ତାଙ୍କର ଦାବି ଏହା ଯେ ଆଜିର ଅଯୋଧ୍ୟା ଲବଙ୍କ ରାଜକ୍ଷେତ୍ରରେ ଆସିଥାଏ। ଶ୍ରୀମଦ ବାଲ୍ମିକ ରାମାୟଣରେ ଉଲ୍ଲେଖ ଥିବା ଲବଙ୍କ ରାଜ୍ୟ ଉତ୍ତର କୌଶଳ ଥିଲା ଯହା ଆଜିର ଅଯୋଧ୍ୟା ବୋଲି ରାଘବ ଦାବି କରିଛନ୍ତି। ରାଘବଙ୍କ କହିବା ମୁତାବକ ଭାଗବାନ ରାମଙ୍କ ଦ୍ବିତୀୟ ପୁତ୍ର କୁଶ, ଯାହାଙ୍କର ବଂଶଜ ନିଜ ନିଜକୁ ଜୟପୁରର ପୂର୍ବ ରାଜପରିବାର ବୋଲି କହୁଛନ୍ତି ସେମାନଙ୍କୁ ଦକ୍ଷିଣ କୌଶଳ ରାଜ୍ୟ ମିଳିଥିଲା। ଏହି ରାଜ୍ୟଟି ଆଜିର ଛତିଶଗଡ ଅଟେ।

ram banshaj2ରାଜସ୍ଥାନ କଂଗ୍ରେସର ବରିଷ୍ଠ ପ୍ରବକ୍ତା ନିଜ ଦାବିକୁ ସମର୍ଥନ କରି ବାଲ୍ମିକ ରାମାୟଣର ଚୌପାଇକୁ ଉଲ୍ଲେଖ କରିଛନ୍ତି। ଯେଉଁଠି ରାଜସମନ୍ଦରୁ ଲୋକସଭା ସାଂସଦ ଓ ପୁର୍ବ ରାଜକୁମାରୀ ଦୀୟା କୁମାରୀ ନିଜ ଦାବିକୁ ସମର୍ଥନ କରିବାକୁ ଯାଇ ବଂଶାବଳୀ ପ୍ରସ୍ତୁତ କରିଥିଲେ।

ଏହି ରାଜପରିବାର ଦ୍ବାରା କରାଯାଇଥିବା ଦାବିପରେ ଭଗବାନ ରାମ ଓ ବଂଶଜ ମଧ୍ୟ ସମ୍ନାକୁ ଆସିବା ସମ୍ଭାବନକୁ ଏଡାଇ ଦିଆଯାଇନପାରେ।