କଂଗ୍ରେସ ଦୁର୍ନୀତି ସମ୍ବଳିତ ଭିଡିଓ ସିରିଜ ‘କଂଗ୍ରେସ ଫାଇଲ ’ ଲଞ୍ଚ କଲା ବିଜେପି
ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର କଂଗ୍ରେସ ଦୁର୍ନୀତି ସମ୍ବଳିତ ଭିଡିଓ ସିରିଜ ‘କଂଗ୍ରେସ ଫାଇଲ’ ର ପ୍ରଥମ ଏପିସୋଡ ଲଞ୍ଚ କରିଛି । ଏଥିରେ ୭୦ ବର୍ଷ ପୁରୁଣା ପାର୍ଟିର ଦୁର୍ନୀତି ସମ୍ବଳିତ ତଥ୍ୟ ଲୋକଲୋଚନକୁ ଆଣିଛି । ୩ ମିନିଟର ଏହି ଭିଡିଓରେ ସେତେବେଳର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ୟୁପିଏ ସରକାରର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦୁର୍ନୀତି ସମ୍ପର୍କରେ ଦେଖାଯାଇଛି ।

ନୂଆଦିଲ୍ଳୀ : ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର କଂଗ୍ରେସ ଦୁର୍ନୀତି ସମ୍ବଳିତ ଭିଡିଓ ସିରିଜ ‘କଂଗ୍ରେସ ଫାଇଲ’ ର ପ୍ରଥମ ଏପିସୋଡ ଲଞ୍ଚ କରିଛି । ଏଥିରେ ୭୦ ବର୍ଷ ପୁରୁଣା ପାର୍ଟିର ଦୁର୍ନୀତି ସମ୍ବଳିତ ତଥ୍ୟ ଲୋକଲୋଚନକୁ ଆଣିଛି । ୩ ମିନିଟର ଏହି ଭିଡିଓରେ ସେତେବେଳର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ ୟୁପିଏ ସରକାରର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦୁର୍ନୀତି ସମ୍ପର୍କରେ ଦେଖାଯାଇଛି । ଏଥିରେ ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ ଜନସାଧାରଣଙ୍କ ପରିଶ୍ରମ ଅର୍ଥରୁ ୪ ଲକ୍ଷ ୮୨ ହଜାର ୬୯ କୋଟି (୪୮,୨୦,୬୯,୦୦,୦୦,୦୦୦) ଟଙ୍କା ଲୁଟ କରିଛି ।
ଦେଶରୁ ଲୁଟ କରିଥିବା ଏହି ଟଙ୍କାରେ କଂଗ୍ରେସ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ବହୁତ କିଛି କରିପାରିଥାନ୍ତା । ଏହି ଟଙ୍କାରେ ୨୪ ଆଇଏନଏସ୍ ଭିକ୍ରାନ୍ତ, ୩୦୦ ରାଫେଲ ଜେଟ୍, ୧୦୦୦ ମଙ୍ଗଳ ମିଶନ ଭଳି କାର୍ଯ୍ୟ କରାଯାଇ କିମ୍ବା କିଣାଯାଇ ପାରିଥାନ୍ତା । ହେଲେ ଦେଶ କଂଗ୍ରେସର ଏହି ଦୁର୍ନୀତି ମୂଲ୍ୟକୁ ଭରଣା କରିଛି,ଯେଉଁଥିପାଇଁ ଦେଶ ପଛେଇ ଯାଇଛି ବୋଲି ଭିଡିଓରେ କୁହାଯାଇଛି ।
Congress Files के पहले एपिसोड में देखिए, कैसे कांग्रेस राज में एक के बाद एक भ्रष्टाचार और घोटाले हुए… pic.twitter.com/vAZ7BDZtFi
— BJP (@BJP4India) April 2, 2023
୨୦୦୪ ରୁ ୨୦୧୪ ୟୁପିଏ ସମୟ ମଧ୍ୟରେ ବହୁତ ଦୁର୍ନୀତି ହୋଇଛି । ଯେପରକିି ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି, ୧.୭୬ ଲକ୍ଷ କୋଟିର ୨ଜି ସ୍ପେକଟ୍ରମ ଦୁର୍ନୀତି, ୧୦ ଲକ୍ଷ କୋଟିର ମନେରଗା ଦୁର୍ନୀତି, ୭୦ ହଜାର କୋଟିର କମନେଓ୍ଵଲଥ ଦୁର୍ନୀତି, ଇଟାଲି ସହ ହେଲିକେପ୍ଟର କିଣାରେ ୩୬୨ କୋଟି ଟଙ୍କାର ଲାଞ୍ଚ ଓ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ଲାଞ୍ଚ କାରବାରରେ ୧୨ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି କହିଛି । ଭିଡିଓ ଶେଷରେ ବିଜେପି କହିଛି କଂଗ୍ରେସ ଦୁର୍ନୀତିର ଏଇତ ମାତ୍ର ଟ୍ରେଲର, ପୁରା ଫିଲ୍ମ ଏଯାଏ ସରିନାହିଁ ।