Below header

ବିଜେପିର ନିର୍ବାଚନୀ ଘୋଷଣାପତ୍ର , ହୋଲି ଓ ଦୀପାବଳିରେ ସମସ୍ତ ଉପଭୋକ୍ତାଙ୍କୁ ମାଗଣା ଏଲ୍‌ପିଜି ସିଲିଣ୍ଡର

ଲକ୍ଷ୍ନୌ : ୟୁପି ବିଧାନସଭା ପାଇଁ ନିର୍ବାଚନ ଘୋଷଣାପତ୍ର କରିଛି ବିଜେପି । ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ଲଞ୍ଚ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କୁ ଫୋକସ କରି ଇସ୍ତାହାରରେ ଅନେକ ପ୍ରତିଶୃତି ଦେଇଛି ।

ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଉନ୍ମୋଚିତ ଏହି ସଂକଳ୍ପ ପତ୍ରରେ କୁହାଯାଇଛି ଯେ ଯଦି ରାଜ୍ୟରେ ସରକାର ଗଠନ ହୁଏ ତେବେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆର୍ଥିକ ସହାୟତାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରାଯିବ ।

ସେହିପରି ଗୃହିଣୀଙ୍କୁ ଖୁସ କରିବାକୁ ଉଜ୍ଜଳା ଯୋଜନାରେ ହୋଲି ଏବଂ ଦୀପାବଳିରେ ସମସ୍ତ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମାଗଣା ଯାତ୍ରା ପାଇଁ ବ୍ୟବସ୍ଥା ସାଙ୍ଗକୁ ବିଧବା ଏବଂ ଗରିବ ମହିଳାଙ୍କ ପାଇଁ ପେନସନକୁ ମାସକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି। କଲେଜ ଯାଉଥିବା ମେଧାବୀ ଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାନୀ ଲକ୍ଷ୍ମୀ ବାଇ ଯୋଜନା ଅଧୀନରେ ମାଗଣା ସ୍କୁଟି ବଣ୍ଟନ କରିବାକୁ ମଧ୍ୟ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.