ମକର ରାଶିରେ ମଙ୍ଗଳ କରିବେ ଗୋଚର, ଏହି ୫ ରାଶିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବର୍ଷିବ କୃପା

ମଙ୍ଗଳଙ୍କ ଗୋଚରକୁ ଜ୍ୟୋତିଷଙ୍କ ଦୃଷ୍ଟିରେ ବହୁତ ଗୁରୁତ୍ୱପୂର୍ଣ୍ଣ ମନାଯାଏ । ଜ୍ୟୋତିଷରେ ଏହି ଗ୍ରହର ସମ୍ପର୍କ ଲାଲ ରଂଗ ସହ ଜଡିତ ଥିବାରୁ ଏହା କ୍ରୋଧ ଓ ଅଗ୍ନି ତତ୍ତ୍ୱର ପ୍ରତିକ ବୋଲି କୁହାଯାଏ । ଏହି ଗ୍ରହକୁ ସେନାପତି ଗ୍ରହ ବୋଲି ମଧ୍ୟ କୁହାଯାଏ । ଏହି ଗ୍ରହ ଏବେ ଧନୁ ରାଶିରେ ଗୋଚର କରୁଛନ୍ତି । ୨୬ ଫେବୃଆରୀ ରେ ମଙ୍ଗଳ ନିଜର ଉଚ୍ଚ ରାଶି ମକରକୁ ଗୋଚର କରିବେ । ଏହି ରାଶିରେ ମଙ୍ଗଳ ଗ୍ରହ ବହୁତ ମଜବୁତ ସ୍ଥିତିରେ ରହିବେ । ଜାଣନ୍ତୁ ଏହି ଗୋଚର କାଳରେ କେଉଁ ୫ ରାଶିଙ୍କୁ ବହୁତ ଲାଭ ମିଳିବ ।

ମେଷ ରାଶି :

ଏହି ରାଶି ବାଲାଙ୍କୁ କ୍ୟାରିଅରରେ ବହୁତ ଲାଭ ମିଳିବ । ଅତୀତରେ କରିଥିବା କାମର ଭଲ ଲାଭ ପାଇବେ । କାର୍ଯ୍ୟସ୍ଥଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ସୁନ୍ଦର ଆର୍ଥିକ ସ୍ଥିତି ରହିବ ।

ମିଥୁନ ରାଶି :

ଆର୍ଥିକ ସୁଧାର ହେବ । ସବୁ କାମରେ ସଫଳତା ପାଇବେ । ନିବେଶରୁ ଭଲ ଫାଇଦା ପାଇବେ । ଚାକିରିଆଙ୍କ ପାଇଁ ସମୟ ବହୁତ ଭଲ ରହିବ ।

ସିଂହ ରାଶି :

ଚାକିରିରେ ପ୍ରଦର୍ଶନ ବହୁତ ଭଲ ହେବ । ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଗରେ ରହିବେ । ବେପାରରେ ଅଧିକ ଲାଭ ମିଳିବ ।

କନ୍ୟା ରାଶି :

କାର୍ଯ୍ୟସ୍ଥଳରେ ବରିଷ୍ଠ ଆପଣଙ୍କ କାମର ପ୍ରଶଂସା କରିବେ । ପଦୋନ୍ନତି ଓ ବେତନ ବୃଦ୍ଧି ହେବାର ଆଶା ଦେଖାଯିବ । ନିବେଶରେ ଆପଣଙ୍କୁ ଲାଭ ମିଳିବ । ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ଲାଭ ମିଳିବ ।

ବିଚ୍ଛା ରାଶି :

ମଙ୍ଗଳଙ୍କ ଗୋଚର ଆପଣଙ୍କ ପାଇଁ ବହୁତ ଶୁଭ ହେବ । କଠିନ ପରିଶ୍ରମ ଯୋଗୁ ଜୀବନର ସବୁ କ୍ଷେତ୍ରରେ ବହୁତ ସଫଳତା ପାଇବେ । ଯାତ୍ରା ଫଳଦାୟୀ ହେବ । ଆର୍ଥିକ ଭାବେ ଏହି ସମୟ ବହୁତ ଭଲ ରହିବ ।   mars transit in capricorn in 26 feb, 2022 gives 5 zodiac great benefit

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.