Below header

ପ୍ରଧାନମନ୍ତ୍ରୀଙ୍କ ଦୀପ ଜଳାଇବା ଅପିଲ୍‌ ଉପରେ ବିଜେପିର ଏହି ମହିଳା ଅଧ୍ୟକ୍ଷା ଜଣଙ୍କ କଲେ ଏମିତି କାମ, ଦେଖନ୍ତୁ ଥରେ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ପରେ ସାରା ଦେଶରେ ଗତ ରବିବାର ରାତି ୯ଟା ବେଳେ ୯ ମିନିଟ୍‌ ପାଇଁ ସମସ୍ତେ ମହମବତି,ଦୀପ, ଟର୍ଚ୍ଚ ଜଳାଇ ଏକତାର ପରିଚୟ ଦେଇଥିଲେ । ଏହି ସମୟରେ ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ଅଧ୍ୟକ୍ଷା ମଞ୍ଜୁ ତିଓ୍ଵାରୀ ଦୀପ ଜଳାଇବା ପରେ ଫାୟାରିଙ୍ଗ କରିଥିଲେ । ଫାୟାରିଙ୍ଗ ପରେ ମଞ୍ଜୁ ତିଓ୍ଵାରୀ ଭିଡିଓକୁ ଫେସବୁକ୍‌ ପେଜ୍‌ ରେ ଅପଲୋଡ୍‌ ମଧ୍ୟ କରିଥିଲେ । ଯେଉଁ ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡ଼ିଓ:

ତେବେ ଭିଡିଓଟି ଭାଇରାଲ ହେବା ପରେ କଂଗ୍ରେସ୍‌ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ପ୍ରଶ୍ନ କରିଛି କି କଣ ଆପଣ ଏ ଦିଗରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବେ? ଏହାସହ କଂଗ୍ରେସ ଟ୍ଵିଟ୍‌ କରି କହିଛି କି ଆଇନ୍‌ ଭଙ୍ଗ କରିବାରେ ବିଜେପି ନେତା ସବୁଠାରୁ ଆଗରେ । ପ୍ରଧାନମନ୍ତ୍ରୀ ଦୀପ ଜାଳିବାକୁ କହିଥିଲେ କିନ୍ତୁ କେମିତି ବିଜେପି ନେତ୍ରୀ ଖୁଲମଖୁଲା ଏଭଳି ପ୍ରଦର୍ଶନ କରି ଭିଡିଓକୁ ଅପଲୋଡ୍‌ କଲେ ସେନେଇ କଂଗ୍ରେସ ପ୍ରଶ୍ନ କରିଛି । ଅପରପକ୍ଷେ ଭିଡିଓଟି ଭାଇରାଲ ହେବା ପରେ ନଗର କୋତବାଲି ପୋଲିସ୍‌ ମଞ୍ଜୁ ତିଓ୍ଵାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏନେଇ ମଞ୍ଜୁ ମିଡିଆ ଜରିଆରେ ନିଜର କାଯ୍ଯକଳାପ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.